ବିୟୁଟି ପାର୍ଲର ଆସୋସିଏସନ୍ ମାଗିଲା ବେଲ୍ଆ‌ଉଟ୍‌ ପ୍ୟାକେଜ୍‌

ଭୁବନେଶ୍ୱର: ଲକ୍‌ଡାନ୍‌ରେ ଲକ୍‌ ହୋଇଛି ବିୟୁଟି ପାର୍ଲର । କ୍ଷତିଗ୍ରସ୍ତ ହୋଇଛନ୍ତି ବିୟୁଟି ପାର୍ଲର ବ୍ୟବସାୟୀ । ଦୋକାନ ବନ୍ଦ ପାଇଁ ଠପ୍‌ ହୋଇଛି ବେପାର । ହାତବାନ୍ଧି ବସିଛନ୍ତି ବିୟୁଟି ପାର୍ଲରର କର୍ମଚାରୀମାନେ । ରାଜ୍ୟରେ ଲକ୍‌ଡାଉନ ଖୋଲିଲା ପରେ କେମିତି ବେପାର କରିବେ ସେ ନେଇ ଚିନ୍ତାରେ ବିୟୁଟି ପାର୍ଲର ବ୍ୟବସାୟୀ ।

ତେଣୁ ଲକଡାଉନ୍‌ ପରେ ସମସ୍ତ ବିୟୁଟି ପାର୍ଲର ଦୋକାନ ଖୋଲିବ ।  ତେବେ ରାଜ୍ୟ ସରକାର ବିୟୁଟି ପାର୍ଲର ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍‌ ଜାରି କରିବାକୁ ଦାବି କରିଛି ରାଜ୍ୟ ବିୟୁଟି ପାର୍ଲର ଆସୋସିଏସନ୍‌ । ଦୋକାନ ବନ୍ଦ ରହିଥିବାରୁ ଘରଭଡା ଦେବାପାଇଁ ଦୋକାନ ମାଲିକମାନେ ଅସମର୍ଥ ହୋଇପଡିଛନ୍ତି ।

ଏପରିକି କର୍ମଚାରୀମାନେ ମଧ୍ୟ ଆର୍ଥିକ ଦୁସ୍ଥିତିରେ ଗତି କରୁଛନ୍ତି । ତେଣୁ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ୟରେ ୫୦ ହଜାରରୁ ଉର୍ଦ୍ଧ୍ୱ ବିୟୁଟି ପାର୍ଲର ରହିଥିବା ବେଳେ ଅଢେଇ ଲକ୍ଷରୁ ଅଧିକ କର୍ମଚାରୀ ଏବେ ରୋଜଗାର ହରାଇଛନ୍ତି ।

Leave a Reply