ମାନସିକ ଚାପ ଯୋଗୁ ବ୍ୟାଙ୍କ ନ ଯାଇ ବିଶାଖାପାଟଣା ପଳେଇଥିଲେ ବ୍ୟାଙ୍କ ମ୍ୟାନେଜର

ବଡ଼ମ୍ବା: ବଡ଼ମ୍ବା ବ୍ୟାଙ୍କ ମ୍ୟାନେଜର ତପନ ସାହୁ ନିଖୋଜ ଘଟଣା । ମାନସିକ ଚାପ ଯୋଗୁଁ ବ୍ୟାଙ୍କ ଯିବା ବାଟରୁ ବିଶାଖାପାଟଣା ଚାଲିଯାଇଥିଲେ ତପନ ସାହୁ । ସେଠାରେ ସେ ଗୋଟେ ଦିନ ରହିବା ପରେ ଫେରିଥିଲେ ତପନ ।
ଗତକାଲି କଟକ ଗ୍ରାମାଞ୍ଚଳ ଏସପିଙ୍କ ନିର୍ଦ୍ଦେଶରେ ଟିମ ଗଠନ ହୋଇ ତଦନ୍ତ କରିବା ସହିତ ଠାବ କରିଥିଲେ । ତପନଙ୍କୁ ଠାବ କରିଥିଲା ଗୋଳନ୍ଥରା ପୋଲିସ । ଗୋଳନ୍ଥରା ପୋଲିସ ତପନ ନେଇ ବୈଦେଶ୍ୱର ଥାନା ପୋଲିସକୁ ହସ୍ତାନ୍ତର କରିଥିବା ବେଳେ ମାନସିକ ଚାପରେ କଣ ପାଇଁ ଥିଲେ ସେନେଇ ଅଧିକ ତଦନ୍ତ କରୁଛି ପୋଲିସ ।