spot_img

Latest Posts

ନିଶା ଦେଇ ଟଙ୍କା ଲୁଟିନେଲେ ଅଟୋ ଡ୍ରାଇଭର

ଢେଙ୍କାନାଳ: ଆତ୍ମୀୟତା ବଢ଼ାଇ ପ୍ରଥମେ ଅଟୋରେ ବସାଇଲେ, ନିଶା ଦେଇ ଟଙ୍କା ଲୁଟିନେଲେ ଅଟୋ ଡ୍ରାଇଭର। କାମାକ୍ଷାନଗର ଲୋକନାଥପୁର ଗାଁର ଅଶୋକ ସାହୁ ଲୁଟର ଶିକାର ହୋଇଛନ୍ତି । ଦୁଇ ଦିନ ଧରି ରାସ୍ତା କଡ଼ରେ ଅଚେତ ହୋଇ ପଡିବା ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇ ଘରକୁ ଫେରିଛନ୍ତି ଅଶୋକ ।

ସୂଚନା ଅନୁଯାୟୀ, ଦୀପାବଳି ପାଇଁ ଘରକୁ ଛୁଟିରେ ଆସୁଥିବାବେଳେ କଟକ ଲିଙ୍କ ରୋଡ଼ରେ ଜଣେ ଅଟୋ ଡ୍ରାଇଭର ତାଙ୍କୁ ଲିଫ୍ଟ ଦେଇଥିଲେ। ଅଟୋ ଡ୍ରାଇଭର ନିଜକୁ କାମାକ୍ଷାନଗରର କହି ଅଶୋକଙ୍କ ସହ ସୁସମ୍ପର୍କ ସ୍ଥାପନା କରିଥିଲେ। ଚୌଦ୍ୱାର ନିକଟରେ ତାଙ୍କୁ କୋଲ୍ଡ ଡ୍ରିଂକ୍ସ ପିଇବାକୁ ଦେଇଥିଲେ । କୋଲ୍ଡ ଡ୍ରିଂକ୍ସ ପିଇବା ପରେ ଅଶୋକଙ୍କ ମୁଣ୍ଡ ବୁଲାଇଥିଲା ଏବଂ ସେ ଅଚେତ ହୋଇ ପଡିଯାଇଥିଲେ । ତାପରେ ଅଟୋ ଚାଳକ ଜଣଙ୍କ କୁସପଙ୍ଗି ନିକଟରେ ଅଶୋକଙ୍କୁ ଫିଙ୍ଗିଦେଇ ତାଙ୍କଠୁ ମୋବାଇଲ ଫୋନ, ନଗଦ ଟଙ୍କା ଓ ଘରକୁ ଆଣୁଥିବା ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିଲେ । ଅଶୋକଙ୍କ ଫୋନ ନଲାଗିବାରୁ ପରିବାର ଲୋକେ ପୋଲିସରେ ଅଭିଯୋଗ କରିଥିଲେ। ଶେଷରେ ସ୍ଥାନୀୟ ଲୋକେ ଅଶୋକଙ୍କୁ ବୁଦା ମୂଳେ ପଡିଥିବାର ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ।

Latest Posts

Don't Miss