IPL ମଧ୍ୟରେ ନୂଆ କେନ୍ଦ୍ରୀୟ ଚୁକ୍ତି ଘୋଷଣା: ବାଦ୍ ପଡ଼ିଲେ ଏହ ତିନି କ୍ରିକେଟର

1 min read

IPL ୨୦୨୫ ଏବେ ଜାରି ରହିଥିବା ବେଳେ ଏହା ମଧ୍ୟରେ ନୂଆ କେନ୍ଦ୍ରୀୟ ଚୁକ୍ତି ଘୋଷଣା କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି, ଏଥରୁ ୩ ଜଣ କ୍ରିକେଟର ବାଦ୍ ପଡ଼ିଛନ୍ତି । ତେଣୁ ଏହି ଘୋଷଣା ପରେ ଏବେ ଏହି ଖେଳାଳିମାନେ ପ୍ରଭାବିତ ହେବାର ସମ୍ଭାବନା ରହିଛି । ୩ ଜଣ ଖେଳାଳିଙ୍କ ମଧ୍ୟରୁ ୨ ଜଣ ଚାମ୍ପିୟନ୍ସ ଟ୍ରଫି ଟିମର ଅଂଶ ଥିଲେ । ଅଷ୍ଟ୍ରେଲିଆର ଅଧିକାଂଶ ଖେଳାଳି ଏବେ ଆଇପିଲ ଖେଳୁଛନ୍ତି । ଅନ୍ୟପଟେ ଖେଳାଳିଙ୍କ ପାଇଁ ଦେଶର କ୍ରିକେଟ ବୋର୍ଡ ନୂଆ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଘୋଷଣା କରିଛି । ସବୁଠାରୁ ବଡ଼ କଥା ହେଉଛି, ୩ ଜଣ ନୂଆ ଖେଳାଳିଙ୍କୁ କେନ୍ଦ୍ରୀୟ ଚୁକ୍ତିରେ ସ୍ଥାନ ମିଳିଛି । ଅନ୍ୟ ୩ ଜଣଙ୍କୁ ଏଥିରୁ ବାହାର କରାଯାଇଛି ।

ସାମ କନଷ୍ଟସ, ମ୍ୟାଟ କୁହ୍ନେମନ ଓ ବ୍ୟୁ ଓ୍ବେବଷ୍ଟରଙ୍କୁ କେନ୍ଦ୍ରୀୟ ଚୁକ୍ତିରେ ସ୍ଥାନ ମିଳିଛି । ନୂଆ ଲିଷ୍ଟରେ ୨୩ ଜଣ ଖେଳାଳି ସାମିଲ ହୋଇଥିବା ବେଳେ ସେଥିରୁ ୩ ଜଣ ବାଦ୍ କରିଛନ୍ତି । ବାଦ୍ ପଡ଼ିଥିବା ଖେଳାଳିଙ୍କ ମଧ୍ୟରେ ଟୋଡ ମର୍ଫି, ଶନ ଏବଟ ଓ ଆରୋନ ହାର୍ଡିଙ୍କ ନାମ ସାମିଲ ରହିଛି । ଆରୋନ ଓ ଏବଟ ଚାମ୍ପିୟନ୍ସ ଟ୍ରଫି ଖେଳିଥିବା ଅଷ୍ଟ୍ରେଲିଆ ଟିମର ସଦସ୍ୟ ଥିଲେ । ମାତ୍ର ସେମାନଙ୍କୁ ଗୋଟିଏ ବି ମ୍ୟାଚ ଖେଳିବାକୁ ସୁଯୋଗ ମିଳିନଥିଲା ।