ସର୍ବଦଳୀୟ ବୈଠକ ଶେଷ, ଶୀତ ଅଧିବେଶନରେ ପ୍ରଶ୍ନକାଳ ବାତିଲ

ଭୁବନେଶ୍ୱର: ସର୍ବଦଳୀୟ ବୈଠକ ଶେଷ । ବୈଠକରେ ପ୍ରଶ୍ନକାଳକୁ ବାତିଲ କରିବା ଲାଗି ନିଷ୍ପତ୍ତି ନିଆଯାଇଛି । ଯାହାକୁ ବିରୋଧୀ ଦଳ ନାପସନ୍ଦ କରିଛନ୍ତି ।  ବୈଠକ ପରେ ବାଚସ୍ପତି ତାଙ୍କ ପ୍ରତିକ୍ରିୟାରେ ଶୀତ ଅଧିବେଶନକୁ ନେଇ ସବିଶେଷ ତଥ୍ୟ ରଖିଛନ୍ତି । ସେ କହିଛନ୍ତି ଯେ,  କୋଭିଡ ଗାଇଡ଼ଲାଇନ ଅନୁସାରେ ଏଥର ବିଧାନସଭା ଚାଲିବ । ସାଢ଼େ ଚାରି ଘଣ୍ଟା ହେବ ବିଧାନସଭା । କୋଭିଡ ପରିସ୍ଥିତି ପାଇଁ ଷ୍ଟାର ପ୍ରଶ୍ନ ବନ୍ଦ ହେବ । ୨୦ ତାରଖରେ ଅତିରିକ୍ତ ବଜେଟ ଉପସ୍ଥାପିତ ହେବ । କୋଭିଡ ସ୍ଥିତିକୁ ଦେଖି ବିଧାୟକ ମାନଙ୍କର ବସିବ ସ୍ଥାନ ନିରୂପଣ କରାଯାଇଛି । ବରିଷ୍ଠ ବିଧାୟକ ମାନେ ଚାହିଁଲେ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ରହିପାରିବେ ।

ସେପଟେ ପ୍ରଶ୍ନକାଳ ବାତିଲକୁ ବିରୋଧ କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ତେବେ ଧାନ କିଣାରେ ଅବ୍ୟବସ୍ଥା, ବିଜୁଳି ଦର ବୃଦ୍ଧି, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ବେକାରୀ ସମସ୍ୟା, ନିଶା କାରବାର, କୋଭିଡ ଦୁର୍ନୀତି ଆଦି ପ୍ରସଙ୍ଗ ଉଠାଇବ କଂଗ୍ରେସ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷପେ ସର୍ବଦଳୀୟ ବୈଠକ ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ତାଙ୍କ ପ୍ରତିକ୍ରିୟା ରଖିଥିଲେ । ସେ ମଧ୍ୟ ପ୍ରଶ୍ନକାଳ ବାତିଲ କୁ ଆମେ ବିରୋଧ କରିଛନ୍ତି । ପିଇବା ପାଣି ସମସ୍ୟା ଡାକ୍ତର ଅଭାବ ଶିକ୍ଷକ ଅଭାବ, ସୀମା ବିବାଦ, ଆଇନ ଶୃଙ୍ଖଳା ପରିସ୍ଥିତି , ବିଜୁଳି ଦର ବୃଦ୍ଧି, ଏକାମ୍ର କାନନ ଜମି ହସ୍ତାନ୍ତର, ଧାନ କିନାରେ ଅବ୍ୟବସ୍ଥା ପ୍ରସଙ୍ଗ ବିଜେପି ଉଠାଇବ ବୋଲି ସେ କହିଛନ୍ତି ।

Leave a Reply