ଆଜିଠୁ ଖୋଲିଲା ଏମସ୍ ଓପିଡି

ଭୁବନେଶ୍ୱର: ଆଜିଠୁ ଖୋଲିଲା ଏମସ ଓପିଡି । କୋଭିଡ ସ୍ଥିତିରେ ସୁଧାର ଆସିବା ପରେ ଆଜିଠୁ ଖୋଲିଛି ଏମସ ଓପିଡି । ପୂର୍ବଭଳି ସମସ୍ତ ବିଭାଗ ଓପିଡି କାର୍ଯ୍ୟସୂଚୀକୁ ଅନୁକରଣ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ପୂର୍ବଭଳି ସମସ୍ତ ଆଇପିଡି ଆଡମିସନ ଏବଂ ଓଟି ଗୁଡିକ କାର୍ଯ୍ୟକାରୀ ହେବ । ନୂଆ ଆଡମିଶନ ହେଲେ ସନ୍ଦିଗ୍ଧ କୋଭିଡଙ୍କ ପାଇଁ ପ୍ରତି ଓ୍ବାର୍ଡରେ ୪ରୁ ୫ ଲେଖାଏଁ ଶଯ୍ୟା ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରୋଗୀଙ୍କୁ ନିୟମିତ ଯାଞ୍ଚ ପାଇଁ ସ୍ୱାସ୍ଥ୍ୟ ଆପ୍ ଏବଂ ଟେଲିମେଡିସିନ ଜାରି ରହିବ । କରୋନାର ତୃତୀୟ ଲହର ପାଇଁ ଜାନୁଆରୀ ୧୭ ରୁ ଭୁବନେଶ୍ବର ଏମସର ସମସ୍ତ ଓପିଡି ସେବାକୁ ସାମୟିକ ସମୟ ପାଇଁ ବନ୍ଦ କରାଯାଇଥିଲା । ତେବେ ଏବେ କରୋନାର ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ଆଜିଠୁ ଏମସ ଓପିଡି ଖୋଲିଛି ।