ଦୁଇ ଶିଶୁ ନିର୍ଯାତନା ଘଟଣାରେ ଅଭିଯୁକ୍ତ ସାବତ ମାଆ ଓ ବାପା ଗିରଫ

କଟକ : ଆଠଗଡ଼ରେ ଦୁଇ ଶିଶୁଙ୍କୁ ସାବତ ମାଆର ନିର୍ଯାତନା ଘଟଣା  । ଜନ୍ମଦାତ୍ରୀ ମାଆର ଅଭିଯୋଗ ପରେ ଅଭିଯୁକ୍ତ ସାବତ ମାଆ ଓ ବାପାକୁ ଗିରଫ କରିଛି ପୋଲିସ  । ବାପା ସୁନୀଲ ନନ୍ଦ ଓ ସାବତ ମାଆ ପୁଷ୍ପଲତାକୁ ଗିରଫ କରିଛି ଆଠଗଡ଼ ପୋଲିସ  । ସେମାନଙ୍କ ବିରୋଧରେ ଦଫା ୩୦୭,୨୯୪,୩୨୩,୩୨୫, ୫୦୬, ୩୪ ରେ ଧାରାରେ ମାମଲା ରୁଜୁ ହୋଇଛି  । ସେପଟେ ଦୁଇ ଛୁଆଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି  । ବାଙ୍କୀ ପାର୍ଥପୁର ଅଞ୍ଚଳର ସୁନୀଲ ନନ୍ଦ ନିଜ ସ୍ତ୍ରୀକୁ ଛାଡି ଅନ୍ୟଜଣେ ମହିଳାଙ୍କୁ ନେଇ ଆଠଗଡ ଅଶୋକ ନଗରରେ ରହୁଥିଲେ । ଜୋର ଜବରଦସ୍ତ ପ୍ରଥମ ସ୍ତ୍ରୀଙ୍କ ୧୩ ବର୍ଷର ପୁଅ ଓ ୧୦ ବର୍ଷର ଝିଅକୁ ନିଜ ପାଖରେ ରଖି ନିର୍ଯାତନା ଦେଉଥିଲେ  ।

ଦୁଇ ଭାଇ ଭଉଣୀଙ୍କୁ ନିସ୍ତୁକ ମାଡ଼ ମାରି ଲହୁ ଲୁହାଣ କରିଥିଲା ସାବତ ମାଆ । ଜନ୍ମକଲା ବାପା ବି ଦ୍ବିତୀୟ ସ୍ତ୍ରୀର ସାଥ ଦେଇଥିଲା । ଅସହ୍ୟ ନିର୍ଯାତନାରୁ ତ୍ରାହି ପାଇବାକୁ ଦୁଇ ଛୁଆ ସେଠାରୁ ଖସିଆସିଥିଲେ । ଦୁହିଁଙ୍କ ଶରୀର ସାରା ମାଡ଼ ଚିହ୍ନ ରହିଥିଲା । ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।