ଆଜିଠୁ ଭୁବନେଶ୍ବରରେ ଆରମ୍ଭ ହେବ ୭୧ ତମ ଜାତୀୟ ସହର ଯୋଜନାକାରୀଙ୍କ ସମ୍ମିଳନୀ

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ୭୧ ତମ ଜାତୀୟ ସହର ଯୋଜାନାକାରୀଙ୍କ ସମ୍ମିଳନୀ ।  ତିନିଦିନିଆ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ଏହା ସହ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷାଦେବୀ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ରୋହିତ ପୂଜାରୀ ଓ ମେୟର ସୁଲୋଚନା ଦାସ ପ୍ରମୁଖ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସମ୍ମିଳନୀର ବିଷୟବସ୍ତୁ ରହିଛି ନିରନ୍ତର ତଥା ସ୍ବୟଂ ପରିପୋଷିତ ବିକାଶ କ୍ଷେତ୍ରରେ ନଗର ଓ ଆଞ୍ଚଳିକ ଯୋଜନା ପ୍ରସ୍ତୁତିର ଆହ୍ବାନ । ସମ୍ମିଳନୀରେ ନିରନ୍ତର ପରିପୋଷିତ ବିକାଶ ପାଇଁ ସହର ଓ ଆଞ୍ଚଳିକ ଯୋଜନାର ଆହ୍ବାନ ତଥ୍ୟଭିତ୍ତିକ ଏକ ପ୍ରଦର୍ଶନୀର ଆୟୋଜନ କରାଯାଉଛି ।