ସୁଦୁର ସାଉଦ ଆରବରେ ପ୍ରବାସୀ ଓଡିଆ ସଂଗଠନ କଳିଙ୍ଗାନର ଷଷ୍ଠତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ନନ୍ଦିଘୋଷ ବ୍ୟୁରୋ : ସୁଦୁର ସାଉଦ ଆରବରେ ପ୍ରବାସୀ ଓଡିଆ ସଂଗଠନ କଳିଙ୍ଗାନର ଷଷ୍ଠତମ ବାର୍ଷିକ ଉତ୍ସବ ଅନୁଷ୍ଠିତ  । ଉତ୍ସବରେ  ଶୁଭିଲା ଓଡିଆ ଏକତ୍ୱର ସ୍ୱର  । ‘ଗୋଟିଏ ଓଡିଶା ଏକ ଓଡିଆ’ ଏହିପରି କିଛି ସ୍ୱର ଶୁଭିଥିଲା  । କଳିଙ୍ଗାନ ଠାରେ ହାତରେ ହାତରେ ଛନ୍ଦି ପାଦରେ ପାଦ ମିସାଇ ଅକ୍ଷୟ ମହାନ୍ତିଙ୍କ ଗୀତ ଓ ଡାଲଖାଇ ଗୀତରେ ଝୁମିଛନ୍ତି ପ୍ରବାସୀ  । ଏଥି ସହିତ ଅଭିଜିତ ମଜୁମଦାରଙ୍କ ସମେତ ଅନିନ୍ଦିତା ଦାସ ଓ ଅଭିନେତା ଦୀପକ ବାରିକ ଙ୍କ ଗୀତରେ ତାଳେ ତାଳେ ଝୁମୁଥିଲେ ଦର୍ଶକ  । ବିଶିଷ୍ଟ ଉଦ୍ୟୋଗପତି ଡକ୍ଟର ଦେବମହାନ୍ତି ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଆଙ୍କ ଉଜ୍ୱଳ ଗୌରବ ଇତିହାସ ସଂପର୍କରେ ଉଲ୍ଲେଖ କରିଥିଲେ  ।ଏଥି ସହିତ ଗଲଫ ଦେଶର ଓଡିଆ ସଂଘର ପ୍ରତିନିଧୀ ମାନେ ଯୋଗଦେଇ ଭାଇଚାରାର ବାର୍ତ୍ତା ଦେଇଥିଲେ  ।

ଏହି ଅବସରରେ କଳିଙ୍ଗାନର ମୁଖପାତ୍ର ଓଡିଆଙ୍କ ବିକାଶ ଓଡିଶାର ବିକାଶ ଶୀର୍ଷକ ଏକ ଡକୁମେଣ୍ଟାରୀ ଉନ୍ମୋଚିତ କରିଥିଲେ । ଶେଷରେ ଭାରତର ବିଭିନ୍ନ ପ୍ରଦେଶର ପାରମ୍ପରିକ ପୋଷାକ ପିନ୍ଧି କଳିଙ୍ଗାନ ଦମ୍ପତ୍ତି ରାମ୍ପ ସୋରେ ଭାଗ ନେଇ ମହାଭାରତୀୟତାର ବାର୍ତ୍ତା ଦେଇଥିଲେ  । ଏହି କାର୍ଯ୍ୟକ୍ରମକୁ ସନ୍ତୋଷ ଦାସ,ଜ୍ୟୋର୍ତିମୟ ଦାଶ ,ରଞ୍ଜନ ରଥଙ୍କ ସହିତ ସମସ୍ତ କଳିଙ୍ଗାନର କୋର କମିଟି ମେମ୍ବର ମାନେ ପରିଚାଳନା କରିଥିଲେ  ।