ବଙ୍ଗୀୟ ସମାଜ ପକ୍ଷରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ୍ ଓ ପ୍ରଶଂସା

ନବରଙ୍ଗପୁର : ବଙ୍ଗୀୟ ସମାଜ ପକ୍ଷରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ୍ ଓ ପ୍ରଶଂସା। ଦୀର୍ଘ ଦିନର ଦାବି ପୂରଣ କରିଛନ୍ତି ରାଜ୍ୟ ସରକାର। ଏଣିକି ଆଉ ସରକାରୀ କାର୍ଯ୍ୟରେ  ଦରକାର ପଡ଼ିବନି ପରିବାର ପରିଚୟ ପତ୍ର।  ପରିବାର ପରିଚୟ ପତ୍ର କୁ ନେଇ ବଙ୍ଗୀୟ ସମାଜ ଓ ପ୍ରଶାସନ ମଧ୍ୟରେ ବିଭିନ୍ନ ସମୟରେ ବିବାଦ ଦେଖା ଦେଉଥିଲା । 5ଟି ସଚିବ ଭି କେ ପାଣ୍ଡିଆନ ଗତ ମାର୍ଚ୍ଚ ୧୮ ତାରିଖ ଦିନ ଉମରକୋଟ ଗସ୍ତ ସମୟରେ ଉମରକୋଟ ଓ ରାଇଘର ବଙ୍ଗୀୟ ସମାଜକୁ ସାକ୍ଷାତ କରିଥିଲେ ।

ଫାଇଭ ଟି ସଚିବଙ୍କୁ ପରିଚୟପତ୍ର ବ୍ୟବସ୍ଥାକୁ ଉଚ୍ଛେଦ କରିବା ପାଇଁ ଅନୁରୋଧ କରିଥିଲେ ଲୋକେ। ଫଳସ୍ୱରୂପ ରାଜ୍ୟ ସରକାର ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାପାଳଙ୍କୁ ଜାତି ଓ ବାସସ୍ଥାନ ପ୍ରମାଣ ପତ୍ର ପ୍ରଦାନ ସମୟରେ ବଙ୍ଗୀୟ ଲୋକଙ୍କୁ ପରିବାର ପରିଚୟ ପତ୍ର ନ ମାଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।