spot_img

Latest Posts

ପାର୍ବଣ ପାଇଁ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟକୁ ଗୁରୁତ୍ବ ଦିଆଯାଉଛି: ଡାକ୍ତର ସିବିକେ ମହାନ୍ତି

ଭୁବନେଶ୍ୱର: ପାର୍ବଣରେ ବଢ଼ିପାରେ କରୋନା ସଂକ୍ରମଣ। ସଂକ୍ରମଣ ରୋକିବାକୁ ସଚେତନ ରହିବା ଜରୁରୀ। ସମସ୍ତେ କୋଭିଡ ମାର୍ଗଦର୍ଶିକା ପାଳନ କରିବାକୁ ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି ପୁଣି ସମସ୍ତଙ୍କୁ ଅପିଲ କରିଛନ୍ତି। ପାର୍ବଣ ପାଇଁ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟକୁ ଗୁରୁତ୍ବ ଦିଆଯାଉଛି । ଯାହାର କିଛି ବି ଲକ୍ଷଣ ପ୍ରକାଶ ପାଉଛି, ସେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣାଇବାକୁ ଡିଏମ୍‌ଇଟି ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି। ଯେଉଁଠି ସଂକ୍ରମଣ ବଢୁଛି, ସେଠାରେ କଣ୍ଟେନମେଣ୍ଟ ଜୋନ କରାଯାଉଛି।

ସମସ୍ତେ ଟିକା ନେବା ଆବଶ୍ୟକ। ରାଜ୍ୟରେ ୧୮୦୦ କେନ୍ଦ୍ରରେ ଚାଲିଛି ଟିକାକରଣ। ୩ କୋଟି ୪ ଲକ୍ଷ ଟିକାକରଣ ସରିଲାଣି। ବର୍ତ୍ତମାନ ଦୈନିକ ୪ ଲକ୍ଷ ଟିକା ଦିଆଯାଉଛି। ଦ୍ୱିତୀୟ ଡୋଜ ନେବା ପାଇଁ ଆହୁରି ୨୫ ଲକ୍ଷ ଲୋକ ଅଛନ୍ତି। ସେମାନଙ୍କୁ ଦ୍ୱିତୀୟ ଡୋଜ ଟିକା ଦେବାକୁ ବ୍ୟବସ୍ଥା କରାଯାଉଛି। ରାଜ୍ୟରେ ୭୧ ପ୍ରତିଶତଙ୍କର ସରିଛି ପ୍ରଥମ ଡୋଜ ଟିକାକରଣ। ୧ ଲକ୍ଷ ୮୯ ହଜାର ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯାଇଥିବା ବେଳେ ଡିସେମ୍ବର ସୁଦ୍ଧା ଟିକାକରଣ ସାରିବାକୁ ଚେଷ୍ଟା କରାଯାଉଥିବା ଡିଏମ୍‌ଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି।

Latest Posts

Don't Miss