ଶ୍ରୀନଗରରେ ଦୁଇ ଜଣ ଶିକ୍ଷକଙ୍କ ହତ୍ୟା: ହିନ୍ଦୁ ଶିକ୍ଷକଙ୍କୁ ଅଲଗା କରି ଗୁଳି

1 min read

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣିଥରେ ଆତଙ୍କବାଦୀ ସିଲେକ୍ଟିଭ୍ ଟାର୍ଗେଟ୍ ଆରମ୍ଭ କରିଛନ୍ତି । ଜଣେ କାଶ୍ମୀର ପଣ୍ଡିତ,ବିହାରୀ ଗୁପଚୁପ ବିକ୍ରେତାଙ୍କ ହତ୍ୟା ପରେ ଗୁରୁବାର ଦିନ ଆତଙ୍କବାଦୀ ଗୋଟିଏ ସ୍କୁଲର ଦୁଇ ଜଣ ଶିକ୍ଷକଙ୍କୁ ହତ୍ୟା କରିଛନ୍ତି ।

ଶ୍ରୀନଗରର ଇଦଗାହ ଅଂଚଳରେ ଥିବା ଏକ ସ୍କୁଲରେ ପ୍ରବେଶ କରି ଆତଙ୍କବାଦୀ ଆଖିବୁଜା ଗୁଳିମାଡ କରିଥିଲେ। ଗୁଳିମାଡରେ ସ୍କୁଲ ଅଧ୍ୟକ୍ଷ ସତିନନ୍ଦର କୌର ଓ ଶିକ୍ଷକ ଦିପକଙ୍କର ମୃତ୍ୟୁ ହୋଇଛି ।

କେମିତି ହୋଇଥିଲା ଆକ୍ରମଣ
ମିଡିଆ ରିପୋର୍ଟ ଅନୁସାରେ ପ୍ରିନସିପାଲଙ୍କ ଅଫିସରେ ମିଟିଂ ଚାଲୁଥିବା ବେଳେ ଆତଙ୍କବାଦୀ ପ୍ରବେଶ କରିଥିଲେ । ଆତଙ୍କବାଦୀ ପ୍ରଥମେ ଶିକ୍ଷକ ମାନଙ୍କୁ ସେମାନଙ୍କ ନାମ ପଚାରିଥିଲେ । ଏହାପରେ ମୁସଲିମ ଶିକ୍ଷକ ଓ ହିନ୍ଦୁ ଶିକ୍ଷକଙ୍କୁ ଅଲଗା ଧାଡିରେ ଛିଡା କରାଯାଇଥିଲା । ଧର୍ମ ଆଧାରରେ ଶିକ୍ଷକ ମାନଙ୍କୁ ଅଲଗା କରିବା ପରେ ଆତଙ୍କବାଦୀ ଦୁଇ ଜଣ ହିନ୍ଦୁ ଶିକ୍ଷକଙ୍କୁ ଗୁଳି କରି ହତ୍ୟା କରିଥିଲେ । ଗତ ୫ ଦିନ ମଧ୍ୟରେ ଏହା ହେଉଛି ସପ୍ତମ ଆକ୍ରମଣ । ଯାହା ମଧ୍ୟରୁ ୬ଟି ଆକ୍ରମଣ ଘଟଣା କେବଳ ଶ୍ରୀନଗରରେ ହିଁ ଘଟିଛି ।

ଏହି ସବୁ ଆକ୍ରମଣ ପାଇଁ ଦି ରେଜିଷ୍ଟାନ୍ସ ଫୋର୍ସ ନାମକ ସଂଗଠନ ନିଜକୁ ଦାୟୀ କରିଛି । ସୁରକ୍ଷା ବିଶେଷଜ୍ଞଙ୍କ ଅନୁସାରେ ରେଜିଷ୍ଟାନସ ଫୋର୍ସ ହେଉଛି ଲସ୍କର ଇ ତୋଇବାର ଫ୍ରଣ୍ଟ୍ ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ଶ୍ରୀନଗରର ଇକବାଲ ପାର୍କ ଅଂଚଳରେ ପ୍ରତିଷ୍ଠିତ କେମିଷ୍ଟ୍ ମଖନଲାଲ ବିନ୍ଦ୍ରୁଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା । ସେହିଦିନ ବିହାରରୁ ଆସି ଗୁପଚୁପ୍ ବ୍ୟବସାୟ କରୁଥିବା ଜଣେ ଦଳିତଙ୍କୁ ମଧ୍ୟ ଗୁଳିକରି ହତ୍ୟା କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ଶ୍ରୀନଗରର ଇକବାଲ ପାର୍କ ଅଂଚଳରେ ପ୍ରତିଷ୍ଠିତ କେମିଷ୍ଟ୍ ମଖନଲାଲ ବିନ୍ଦ୍ରୁଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା। ସେହିଦିନ ବିହାରରୁ ଆସି ଗୁପଚୁପ୍ ବ୍ୟବସାୟ କରୁଥିବା ଜଣେ ଦଳିତଙ୍କୁ ମଧ୍ୟ ଗୁଳିକରି ହତ୍ୟା କରାଯାଇଥିଲା ।

https://nandighoshatv.comdaughter-of-ml-bindroo-who-was-shot-dead-yesterday/

Leave a Reply