ପାକିସ୍ତାନରେ ଆଉ ଜଣେ ଭାରତ ବିରୋଧୀ ଆତଙ୍କବାଦୀର ରହସ୍ୟମୟ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନରେ ପୁଣି ଜଣେ ଭାରତ ବିରୋଧୀ ଆତଙ୍କବାଦୀର ମୃତ୍ୟୁ । ଗତ କିଛି ମାସ ମଧ୍ୟରେ ବହୁ ଭାରତ ବିରୋଧୀ ଆତଙ୍କବାଦୀଙ୍କ ପାକିସ୍ତାନରେ ହତ୍ୟା କରାଯାଉଥିବାବେଳେ ପୁଣି ଏକ ନୂଆ ନାମ ଯୋଡ଼ି ହୋଇଯାଇଛି । କୁଖ୍ୟାତ ଆତଙ୍କବାଦୀ ଶେଖ୍ ଜାମିଲ ଉର ରେହମାନ ପାକିସ୍ତାନର ଆବଟ୍ଟାବାଦରେ ରହସ୍ୟମୟ ଭାବେ ମୃତ୍ୟୁ ହୋଇଛି । ରେହମାନର ଘର କାଶ୍ମୀରର ପୁଲଓ୍ବାମା ଜିଲ୍ଲାରେ । ଅକ୍ଟୋବର ୨୦୨୨ ମସିହାରେ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ତାକୁ ଆତଙ୍କବାଦୀ ଘୋଷଣା କରିଥିଲା । ଜାମ୍ମ୍ୁ କାଶ୍ମୀରର ବହୁ ଆତଙ୍କବାଦୀ ହମଲାରେ ଜଡିତ ଥିଲା । ପାକିସ୍ତାନର ସୁଫିଆ ଏଜେନ୍ସି ସହ ମିଶି କାମ କରୁଥିଲା ।