ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା ଆତଙ୍କବାଦୀ, ଘେରାବନ୍ଦୀରେ ଫଶିଲା ଜୈସ୍‌ର ଟପ୍ କମାଣ୍ଡର

1 min read

ଶ୍ରୀନଗର: ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ସଫଳତା । ଜମ୍ମୁ-କାଶ୍ମୀରର ସୋପିଆନ ଜିଲ୍ଲା ରାୱଲପୋରାଠାରେ ଏନକାଉଣ୍ଟର । ଜଣେ ଆତଙ୍କବାଦୀ ନିହତ । ଏହି ଅଞ୍ଚଳରେ କେତେଜଣ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିବା ପରେ ସୁରକ୍ଷାକର୍ମୀମାନେ ଘେରାବନ୍ଦୀ କରିଥିଲେ । ଏହାପରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛି ।

ଘେରାବନ୍ଦୀ ଅଞ୍ଚଳରେ ଜୈସ୍‌ ଆତଙ୍କବାଦୀ ସଂଗଠନର ଟପ୍ କମାଣ୍ଡର ସଜାଦ୍ ଆଫଗାନି ଲୁଚି ରହିଥିବା ଆଶଙ୍କା କରାଯାଉଛି । ଉକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ଅନ୍ୟପଟେ ରାଜ୍ୟରେ ପ୍ରାୟ ୨ଶହ ଆତଙ୍କବାଦୀ ସକ୍ରିୟ ଥିବା ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି ।

ସେପଟେ ମୃତ ଆତଙ୍କବାଦୀର ପରିଚୟ ମିଳିପାରି ନାହିଁ । ତା’ ନିକଟରୁ ଏମ୍-୪ କାର୍ବଇନ, ୩୬ଟି ଗୁଳି, ନଗଦ ୯,୬୦୦ଟଙ୍କା ଏବଂ କିଛି ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି।

Leave a Reply