କନ୍ଦାହାର ବିମାନ ଅପହରଣରେ ସାମିଲ୍ ଆତଙ୍କବାଦୀ ନିହତ, ନାଁ ବଦଳାଇ ପାକିସ୍ତାନରେ ରହୁଥିଲା

1 min read
Terrorist Involved In Kandahar Flight Hijack Shot Dead In Karachi

ନୂଆଦିଲ୍ଲୀ: ୧୯୯୯ କନ୍ଦାହାର ବିମାନ ଅପହରଣରେ ସମ୍ପୃକ୍ତ ଆତଙ୍କବାଦୀ ନିହତ । ଏୟାରଇଣ୍ଡିଆ ବିମାନ ଅପହରଣରେ ସାମିଲ୍ ଆତଙ୍କବାଦୀ ଜହୁର ମିସ୍ତ୍ରୀ ଓରଫ୍ ଜହିଦ ଅଙ୍ଖୁନ୍ଦଙ୍କୁ ହତ୍ୟା କରାଯାଇଛି । ପାକିସ୍ତାନର କରାଚୀରେ ଜହୁର ମିସ୍ତ୍ରୀକୁ ର୍ ଏଜେଣ୍ଟ ହତ୍ୟା କରିଥିବା କୁହାଯାଉଛି । ସୂଚନା ଅନୁସାରେ, ମାର୍ଚ୍ଚ ୧ ତାରିଖରେ ଦୁଇ ଜଣ ଅଜଣା ବ୍ୟକ୍ତି ବାଇକରେ ଆସି ଘରେ ପଶି ଜହୁର ମିସ୍ତ୍ରୀକୁ ହତ୍ୟା କରିଛନ୍ତି ।

ଇସ୍ରାଏଲ୍ ଟାର୍ଗେଟ୍ କିଲିଂ ଜରିଆରେ ଖୋଜି ଖୋଜି ବିଦେଶ ମାଟିରେ ଆତଙ୍କବାଦୀଙ୍କୁ ହତ୍ୟା କରୁଥିବା ବେଳେ ଏବେ ଭାରତ ର୍ ମାଧ୍ୟମରେ ସମାନ ପନ୍ଥା ଆପଣାଇଥିବା କୁହାଯାଉଛି । ଯଦି ବିଶେଷଜ୍ଞଙ୍କ ଏଭଳି ଆକଳନ ସତ ହୁଏ ତେବେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ ପାଇଁ ସମସ୍ୟା ବଢ଼ିଯିବ । କାରଣ ୯୦ ଦଶକରୁ ଦୀର୍ଘ ତିନି ଦଶନ୍ଧି ଧରି ଭାରତର ମୋଷ୍ଟ ୱାଣ୍ଟେଡ୍ ଲିଷ୍ଟରେ ରହିଛି ଦାଉଦ୍ । ଆଉ ଆଇଏସ୍ଆଇ ସହାୟତାରେ ପାକିସ୍ତାନରେ ଦାଉଦ୍ ଲୁଚି ରହିଛି ।

Terrorist Involved In Kandahar Flight Hijack Shot Dead In Karachi

ଆତଙ୍କବାଦୀ ସଂଗଠନ ଜୈଶ୍ ଏ ମହମ୍ମଦ ସହ ସମ୍ପୃକ୍ତ ଜହୁର । ନିଜ ପରିଚୟ ଲୁଚାଇ ଜଣେ ବ୍ୟବସାୟୀ ଭାବେ ଜହୁର ମିସ୍ତ୍ରୀ ପାକିସ୍ତାନର କରାଚୀରେ ରହି ଆସୁଥିଲା । ଜହୁରକୁ ହତ୍ୟା କରିଥିବା ୨ ଜଣଙ୍କ ଫଟୋ ସିସିଟିଭିରେ କଏଦ ହୋଇଥିଲେ ମଧ୍ୟ ପରିଚୟ ମିଳିପାରି ନାହିଁ । କାରଣ ଆକ୍ରମଣକାରୀ ଦୁହେଁ ମୁହଁରେ ମାସ୍କ ପିନ୍ଧି ଟାର୍ଗେଟ୍ କିଲିଂ କରିଥିଲେ ।

Terrorist Involved In Kandahar Flight Hijack Shot Dead In Karachi

ଆତଙ୍କବାଦୀ ଜହୁର ମିସ୍ତ୍ରୀ କରାଚୀରେ ଲୁଚି ନଥିବା ପାକିସ୍ତାନ ବାରମ୍ବାର କହି ଆସୁଥିଲା । କିନ୍ତୁ ସତ ହେଉଛି ପାକିସ୍ତାନ ଗୁଇନ୍ଦା ସଂସ୍ଥା ISI ଜହୁର ମିସ୍ତ୍ରୀକୁ ସହଯୋଗ କରୁଥିଲା । ଆଉ ଆଇଏସ୍ଆଇ ସହଯୋଗରେ ହିଁ ଜହୁର ମିସ୍ତ୍ରୀ କରାଚୀରେ ପରିଚୟ ବଦଳାଇ ଲୁଚିଥିଲା ।

ଏୟାରଇଣ୍ଡିଆ ବିମାନ IC-814 ଅପହରଣ କରିଥିବା ୫ ଆତଙ୍କବାଦୀଙ୍କ ସହ ସାମିଲ୍ ଥିଲା ଜୈଶ୍ ସଦସ୍ୟ ଜହୁର ମିସ୍ତ୍ରୀ । ୧୯୯୯ ଡିସେମ୍ବର ୨୪ରେ ଆକାଶ ମାର୍ଗରୁ ଆତଙ୍କବାଦୀ ଭାରତୀୟ ବିମାନକୁ ଅପହରଣ କରି ନେଇଥିଲେ । ନେପାଳର କାଠମାଣ୍ଡୁରେ ବିମାନକୁ ଅପହରଣ କରି ନେଇ ଆଫଗାନିସ୍ତାନର କନ୍ଦାହାର ନେଇ ଯାଇଥିଲେ ଆତଙ୍କବାଦୀ । ବିମାନ ଯାତ୍ରୀଙ୍କୁ ସପ୍ତାହେ ଧରି ବନ୍ଧକ ରଖିଥିଲେ । ଶେଷରେ ମସୁଜ ଅଜହର, ମୁସ୍ତାଫ ଅହମଦ ଓ ଅହମଦ ଓମର ସଇଦ ଶେଖ ଭଳି ଆତଙ୍କବାଦୀଙ୍କୁ ଛାଡ଼ିବା ପରେ ଯାତ୍ରୀଙ୍କୁ ଛାଡ଼ିଥିଲେ ଆତଙ୍କବାଦୀ । ଏହି ଘଟଣା ପରଠାରୁ ଜହୁର ଅଣ୍ଡରଗ୍ରାଉଣ୍ଡ ହୋଇ ଯାଇଥିଲା ।