ନନ୍ଦିଘୋଷ ବ୍ୟୁରୋ : ବାରମୁଲା ଜଙ୍ଗଲରେ ଆତଙ୍କୀ ଆଡ୍ଡା ଠାବ। ସ୍ଥାନୀୟ ପୋଲିସ, CRPF 53 ବାଟାଲିୟନ, 46 ରାଷ୍ଟ୍ରୀୟ ରାଇଫଲ୍ସ, AST ଏବଂ ବୋମା ନିଷ୍କ୍ରିୟକାରୀ ଦଳ ସହିତ ମିଳିତ ଭାବରେ ଏକ ସର୍ଚ୍ଚ ଅପରେସନ୍ ବେଳେ ଠାବ ହୋଇଛି ଆତଙ୍କୀଙ୍କ ଏହି ଠିକଣା। ଗୁପ୍ତ ସୂଚନା ଆଧାରରେ ଏହି ଅପରେସନ୍ ଆରମ୍ଭ କରାଯାଇଥିଲା।ଏକ ଗୁପ୍ତ ସୁଡଙ୍ଗ କରି ଆତଙ୍କବାଦୀ କାର୍ଯ୍ୟକଳାପ କରୁଥିଲେ ଆତଙ୍କୀ। ଏହାକୁ ଠାବ କରି ନଷ୍ଟ କରାଯାଇଛି। ତେବେ ସେନାକୁ ଦେଖି ଆତଙ୍କବାଦୀମାନେ ଚମ୍ପଟ ମାରିଛନ୍ତି। ସୁରକ୍ଷା ବାହିନୀ ସେହି ଆଡ୍ଡାରୁ ୨୪ଟି କଳଙ୍କିତ AK-47 ଗୁଳି, ଦୁଇଟି ହାତ ଗ୍ରେନେଡ୍, ଏକ 3-ଲିଟର ଷ୍ଟିଲ୍ କଣ୍ଟେନର ଠାବ କରିଛନ୍ତି।କିଛି ଔଷଧ ମଧ୍ୟ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ସାମଗ୍ରୀ ସ୍ପଷ୍ଟ ଭାବରେ ସୂଚାଇ ଦେଉଛି ଯେ ଏହି ସ୍ଥାନଟି ବହୁ ଦିନ ଧରି ବ୍ୟବହୃତ ହେଉଥିଲା।

