ଶ୍ରୀନଗର ବୋମିଆ ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣ
ଶ୍ରୀନଗର ବୋମିଆ ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣ । ଆକ୍ରମଣ ପରେ ଫେରାର ହୋଇଗଲେ ଆତଙ୍କବାଦୀ । ଏହି ଆକ୍ରମଣ ପରେ ଆକ୍ରମଣକାରୀଙ୍କୁ ଖୋଜାଖୋଜିର ପ୍ରୟାସ ଜାରି କରିଛି ଶ୍ରୀନଗର ପୋଲିସ । ଏଥିପାଇଁ ଶ୍ରାନଗରରେ ଘରବନ୍ଦୀ ଲାଗୁ କରାଯାଇଛି । ଆକ୍ରମଣରେ କେହି ଆହତ ହୋଇନଥିବା ଜଣାପଡ଼ିଛି । ଶ୍ରୀନଗର ପୋଲିସଙ୍କ କହିବାନୁସାରେ ଫାୟାରିଙ୍ଗ ପରେ ଉଭୟ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପରେ ଲୋକଙ୍କ ଗହଳିର ସୁଯୋଗ ପାଇ ଆତଙ୍କବାଦୀମାନେ ସେଠାରୁ ଫେରାର ହୋଇଯାଇଥିଲେ । ସୂତ୍ରରୁ ପ୍ରକାଶଯେ ଏମାନେ ହାଇବ୍ରିଡ୍ ଆତଙ୍କବାଦୀ । ଏମାନେ ଏଭଳି କାରନାମା କରି ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାକୁ ଚେଷ୍ଚା କରୁଛନ୍ତି ।
ଏବେ ଖସିପାରିବେନି ଆତଙ୍କବାଦୀ :
କାଶ୍ମୀର ଘାଟି ଆତଙ୍କ ପରେ ଏହି ଆତଙ୍କବାଦୀ ଓ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ନିମନ୍ତେ ଏକ ନୂଆ କୈାଶଳ ପ୍ରସ୍ତୁତ କରାଯାଇଛି । ଏହାକୁ ନେଇ ଶ୍ରୀନଗର ନିଗମରେ ପ୍ରସ୍ତାବ ଦିଆଯାଇଛି । ଏଥିରୁ ସିସିଟିଭିରେ ସନ୍ଦିଗ୍ଧଙ୍କ ଚିହ୍ନଟ ସହଜରେ ହେବା ସହ ପୋଲିସ ନିକଟରେ ଏକ ଡାଟା ବେସ୍ ମଧ୍ୟ ରହିବ ଯାହା ଦ୍ୱାରା ଏମାନଙ୍କ ଚିହ୍ନଟ କରାଯିବ । ସୂତ୍ରରୁ ପ୍ରକାଶଯେ ଏହି କୈାଶଳ ଶ୍ରୀନଗରରୁ ଆରମ୍ଭ କରାଯିବ ଏବଂ ପରେ ପୁଲୱାମା, ସୋପିଆ, କୁଳଗାମ ଆଦି ଜାଗାରେ ବ୍ୟବହାର କରାଯିବ ।
ଏହି କୈାଶଳ ପାଇଁ ହାଇଟେକନିକ ରିଜୋଲ୍ୟୁସନ କ୍ୟାମେରାର ବ୍ୟବହାର କରାଯାଏ । ଏଥିସହ ଏକ ବାୟୋମେଟିକ୍ ସେଟଅପ୍ ମଧ୍ୟ ତିଆରି କରାଯାଏ । ଏହି ଟେକନିକ୍ ମାଧ୍ୟମରେ ପୋଲିସ ଅପରାଧୀ, ଆତଙ୍କବାଦୀଙ୍କୁ ଧରିବାରେ ସଫଳ ହୋଇପାରିବ । ଜମ୍ମୁକାଶ୍ମୀର ପୋଲିସ ଓ ଶ୍ରୀନଗର ନିଗମର ମିଳିତଭାବେ ଏହି କୈାଶଳ ପାଇଁ ପ୍ରୟାସ କରାଯାଉଛି । ବର୍ତ୍ତମାନ ପୋଲିସ କୈାଣସି ବ୍ୟକ୍ତିର ଚିହ୍ନଟ ନିମନ୍ତେ ଉକ୍ତ ବ୍ୟକ୍ତିର ଫଟୋ କିମ୍ବା ଭିଡିଓ ଗୁଜୁରାଟ ଏବଂ ଚଣ୍ଡିଗଡ଼ ଏଫଏସଏଲ୍ ନିକଟକୁ ପଠାଉଥିବାବେଳେ ଏହି ନୂଆ କୈାଶଳ ଆସିବା ଦ୍ୱାରା ଫଟୋଗୁଡ଼ିକୁ ଯାଞ୍ଚ ମଧ୍ୟ କରାଯାଇ ପାରିବ ।