ରାତି ଅଧରେ ଷ୍ଟେସନ ନିକଟରେ ବୁଲିଲା ଖଣ୍ଡା, ମାଳିସାହି ପର୍ଯ୍ୟନ୍ତ ପାଲଟିଲା ରଣକ୍ଷେତ୍ର

ଭୁବନେଶ୍ୱର: ରାତି ଅଧରେ ଷ୍ଟେସନ ନିକଟରେ ବୁଲିଲା ଖଣ୍ଡା । ଷ୍ଟେସନରୁ ମାଳିସାହି ପାଲଟିଲା ରଣକ୍ଷେତ୍ର । ମାରଣାସ୍ତ୍ର ଧରି ଆତଙ୍କରାଜ ଖେଳାଇଛନ୍ତି ୩୦ ଯୁବକ । ଯାହାକୁ ପାରିଲେ ପିଟିଲେ ଓ ଲହୁ ଲୁହାଣ କରିଛନ୍ତି ଯୁବକ । ନିଶା ବେପାରକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟିଥିବା ଜଣାପଡ଼ିଛି । ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଏଭଳି ଘଟଣା ଘଟିଛି । ଆତଙ୍କ ଖେଳାଇଥିବା ସମସ୍ତଙ୍କ ଘର ମାଳିସାହିରେ ବୋଲି ଜଣାପଡିଛି । ବିଳମ୍ବିତ ରାତିରେ ମଦ କିଣାବିକାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ଘଟଣାରେ ୫ ଜଣଙ୍କୁ ଅଟକ ରଖିଛି ଖାରବେଳ ନଗର ଥାନା ।