ଆତଙ୍କବାଦୀ ଆକ୍ରମଣ: ଆସାମ ରାଇଫଲ କମାଣ୍ଡିଂ ଅଫିସରଙ୍କ ପରିବାର ସମେତ ୭ ଜଣଙ୍କ ମୃତ୍ୟୁ

ଇମ୍ଫାଲ: ମଣିପୁରରେ ୪୬ ଆସାମ ରାଇଫଲ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୭ ଜଣଙ୍କ ମୃତ୍ୟୁ । ଆକ୍ରମଣରେ କମାଣ୍ଡିଂ ଅଫିସର କର୍ଣ୍ଣଲ ବିପ୍ଲବ ତ୍ରିପାଠୀ ଏବଂ ୪ ଜଣ ଯବାନ ସହିଦ ହୋଇଛନ୍ତି । ସେହିପରି କର୍ଣ୍ଣଲଙ୍କ ପତ୍ନୀ ଏବଂ ପୁଅର ମୃତ୍ୟୁ ଘଟିଛି । ଘଟଣା ଚୁରାଚାନ୍ଦପୁର ଜିଲ୍ଲା ସିଂଘାଟରେ ଘଟିଛି ।

ଆତଙ୍କବଦୀଙ୍କ ଆକ୍ରମଣରେ ଘଟଣା ସ୍ଥଳରେ କର୍ଣ୍ଣଲ ଏବଂ ତାଙ୍କ ପରିବାରର ମୃତ୍ୟୁ ଘଟିଥିବା ବେଳେ ପରେ ୪ ଜଣ ଯବାନ ସହିଦ ହୋଇଛନ୍ତି । ଏହି ଆକ୍ରମଣ ପାଇଁ କେହି ନିଜକୁ ଦାୟୀ କରିନଥିଲେ ବି ମଣିପୁରର ପିପୁଲ୍ସ ଲିବରେଶନ ଆର୍ମୀ ଏହି ଜଘନ୍ୟ କାଣ୍ଡ ଘଟାଇ ଥିବା ଅନୁମାନ କରାଯାଉଛି ।

କର୍ଣ୍ଣଲ ପରିବାର ଓ ଅନ୍ୟ ଯବନାମାନଙ୍କ ସହ ଫରଓ୍ବାର୍ଡ କ୍ୟାମ୍ପରୁ ଫେରୁଥିବା ବେଳେ ଆତାଙ୍କବାଦୀଙ୍କ ଆକ୍ରମଣର ଶିକାର ହୋଇଥିଲେ । କର୍ଣ୍ଣଲଙ୍କ ଗାଡ଼ି କେଉଁ ବାଟ ଦେଇ ଆସିବା ତା’ର ସୂଚନା ଆତଙ୍କବଦୀଙ୍କ ପାଖର ଥିବା ଓ ସେହି ରାସ୍ତାରେ ଆମ୍ବୁସ୍ କରି ଆତଙ୍କବାଦୀମାନେ ଅପେକ୍ଷା କରିଥିଲେ । କର୍ଣ୍ଣଲଙ୍କ ଗାଡ଼ି ପହଞ୍ଚିବା ପରେ ଆକ୍ରମଣ ଆରମ୍ଭ ହୋଇଯାଇଥିଲା ।

ଘଟଣା ପରେ ପୂରା ଅଞ୍ଚଳକୁ ସୁରକ୍ଷାକର୍ମୀ ଘେରି ରହିଛନ୍ତି । ରହି ରହି ଫାୟରିଂ ମଧ୍ୟ ହେଉଛି । ଘଟଣା ପରେ ଦୁଇ ସନ୍ଦିଗ୍ଧଙ୍କୁ ସୁରକ୍ଷାକର୍ମୀ ଅଟକ ରଖି ପଚରାଉଚରା କରିବା ପରେ ଛାଡ଼ି ଦେଇଛନ୍ତି । ଚାରିଆଡୁ ଏହି ଆକ୍ରମଣକୁ ନିନ୍ଦା କରାଯିବା ସହ ଆତଙ୍କବଦୀଙ୍କୁ ଉଚିତ ଜବାବ ଦେବାକୁ ଦାବି ଉଠୁଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଘଟଣାକୁ କଡ଼ା ଶବ୍ଦରେ ନିନ୍ଦା କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଦେଶ ଜଣେ କମାଣ୍ଡିଂ ଅଫିସର, ତାଙ୍କ ପରିବାର ଓ ୫ ଜଣ ଯବାନଙ୍କୁ ହରାଇଲା ବେଶଳି ସେ କହିଛନ୍ତି ।

Leave a Reply