spot_img

Latest Posts

ଟେରାକୋଟା ମୁରାଲ କର୍ମଶାଳା ଉଦଘାଟନ କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର: ଲଲିତ କଳା ଏକାଡେମୀ କ୍ଷେତ୍ରୀୟ କେନ୍ଦ୍ର ଭୁବନେଶ୍ୱର ତରଫରୁ ଏକ ସାତ ଦିନିଆ ଟେରାକୋଟା ମୁରାଲ କର୍ମଶାଳା ଉଦଘାଟିତ ହୋଇଯାଇଛି । ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଖ୍ୟାତିନାମା ଶିଳ୍ପୀ  ଓ ସଭାପତି ଓଡ଼ିଶା ଲଳିତ କଳା ଏକାଡେମୀ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଶାଳାଟିକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ଉଦଘାଟନୀ ଭାଷଣରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କର୍ମଶାଳାରେ ଭାଗ ନେଇଥିବା ଓଡ଼ିଶାର ୧୨ଜଣ କଳାକାର ମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିବା ସହ ସେମାନଙ୍କୁ ଅଙ୍ଗବସ୍ତ୍ର ଏବଂ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଲଳିତ କଳା ଏକାଡେମୀ କ୍ଷେତ୍ରିୟ କେନ୍ଦ୍ରର ଏପରି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ପ୍ରଶଂସା କରିଥିଲେ ।

ଏହି କର୍ମଶାଳାଟି ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ସକାଳ ୧୦ଟା ୩୦ ମିନିଟ ଠାରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ଚାଲିବ । ଭାଗ ନେଇଥିବା ୧୨ଜଣ ଶିଳ୍ପୀ ଉକ୍ତ ଶିବିରରେ ‘ବନ୍ଦେ ଉତ୍କଳ ଜନନୀ’ ବିଷୟ ବସ୍ତୁକୁ ନେଇ କାର୍ଯ୍ୟ କରିବେ । କର୍ମଶାଳା ଶେଷରେ କର୍ମଶାଳାରେ ପ୍ରସ୍ତୁତ କଳାକୃତି ଗୁଡିକ କେନ୍ଦ୍ରରେ ଶୋଭା ପାଇବ । କର୍ମଶାଳାରେ ଭାଗ ନେଇଥିବା ଶିଳ୍ପୀମାନେ ହେଲେ ସର୍ବଶ୍ରୀ ଅଜୟ ପ୍ରତାପ ଜଗଦେବ, ଭୀଷ୍ମଦେବ ରଣା, ବିଷ୍ଣୁ ପ୍ରସାଦ ମହାପାତ୍ର, ଦେବାନନ୍ଦ ରଣା, ଗଦାଧର ରଣା, ହୃଷିକେଶ ରଣା, ଖଗେଶ୍ୱର ରାଉତ, ମାନସ କୁମାର ମହାରଣା, ନରୋତ୍ତମ ଦାସ, ସରୋଜ ରଣା, ସୁଧିରରଞ୍ଜନ ମହାରଥା, ସୁଦୀପ ବାରିକ । ଏହି କାର୍ଯ୍ୟକ୍ରମରେ ଲଳିତ କଳା ଏକାଡେମୀ କ୍ଷେତ୍ରୀୟ କେନ୍ଦ୍ର ଭୁବନେଶ୍ୱରର ସରୋଜ କୁମାର ରାଉତ ଓ କେଦାର ନାଥ ନାୟକ ସହଯୋଗ କରିଥିଲେ ।

Latest Posts

Don't Miss