ଆଜି ନେଇଥାନ୍ତେ ଅବସର : ବଢ଼ିଲା ଗିରଫ ଭୟ

ନନ୍ଦିଘୋଷ ବ୍ୟୁରୋ: ଆଜି ନେଇଥାନ୍ତେ ଅବସର କିନ୍ତୁ ବଢିଛି ଗିରଫଦାରୀ ଭୟ । ଆଜି ନେଇଥାନ୍ତେ ଧୁମଧାମରେ ରିଟାୟାରମେଣ୍ଟ । କିନ୍ତୁ ସବୁ ବିଗାଡ଼ିଦେଲା ଭିଜିଲାନ୍ସ । ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ ଗତକାଲି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଆଜି ମଧ୍ୟ ଦ୍ୱିତୀୟ ଦିନରେ ଭିଜିଲାନ୍ସ ଟିମ୍ ମାରାଥନ ରେଡ୍ କରୁଛି । ଅମାପ ଧନ ଦେଖି ତାଜୁବ ଭିଜିଲାନ୍ସ ଟିମ୍ । ଗତକାଲି ଚଢ଼ାଉରେ ତାଙ୍କ ଘରୁ ନଗଦ ୨ କୋଟି ୫୧ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିଲା । ଏହାସହିତ ୨ଟି ବହୁତଳ ପ୍ରାସାଦ, ୨ଟି ଫ୍ଲାଟ୍ ୭ଟି ଦାମୀ ପ୍ଲଟ, ଦେଢ଼ କୋଟି ଟଙ୍କାର ବୀମା ଓ ବ୍ୟାଙ୍କ ଡିପୋଜିଟ ରହିଥିଲା । ସେୟାର ମାର୍କେଟରେ ୨କୋଟି ୭୦ ଲକ୍ଷ ଟଙ୍କା ନିବେଶ କରିଥିଲେ ବାବୁ । ଅନୁଗୁଳ କରଡ଼ାଗଡ଼ିଆରୁ ଦୁଇ ମହଲା କୋଠା ଓ ମାଟିଆସିହରୁ ଏକ ଦୁଇ ମହଲା କୋଠା ଠାବ ହୋଇଥିଲା।
ସେହିପରି ଭୁବନେଶ୍ଵର ଡୁମୁଡୁମାରେ ଫ୍ଲାଟ, ପୁରୀ ଜିଲ୍ଲା ପିପିଲିରେ ଏକ ଫ୍ଲାଟ ଠାବ ହୋଇଥିଲା ଭୁବନେଶ୍ଵର ଓ ଅନୁଗୁଳର ବିଭିନ୍ନ ସ୍ଥାନରୁ ୭ଟି ଦାମୀ ପ୍ଲଟ ଠାବ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଭିଜିଲାନ୍ସ ରେଡ ଜାରି ରଖିଛି । ଅନୁଗୁଳ ଜିଲ୍ଲାର ୪ଟି ସ୍ଥାନ ସମେତ ଭୁବନେଶ୍ଵର ଓ ପିପିଲିକୁ ମିଶାଇ ମୋଟ ୭ଟି ଜାଗାରେ ଚାଲିଛି ରେଡ୍। ଭିଜିଲାନସ ଟିମ୍ ଦେଖି ଭୁବନେଶ୍ଵର ଘରୁ ସେ ଝରକା ଦେଇ ଟଙ୍କା ଫିଙ୍ଗି ଦେଇଥିଲା ଲାଞ୍ଚୁଆ ବାବୁ। ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ବହୁ ସୁନା ଅଳଙ୍କାର, ପାଟ ଶାଢ଼ୀଓ ନାମୀ ଦାମୀ ବ୍ରାଣ୍ଡର ହାତଘଣ୍ଟା ବି ଅଛି। ଭିଜିଲାନ୍ସ ଅଧିକାରୀ ଏସବୁ ଦେଖି ଜଳକା ହୋଇଯାଇଛନ୍ତି । ଅବସରକୁ ଆଉ ମାତ୍ର ଦିନଟିଏ ବାକି ଥିବା ହେଲେ ଧରାପଡ଼ିଥିଲେ ବାବୁ । ତାଙ୍କ ସମ୍ପତ୍ତି, ଆୟବହିର୍ଭୂତ ସୋର୍ସର ଆକଳନ ଆଜି ମଧ୍ୟ ଜାରି ଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ।