ଚିନ୍ତା ବଢ଼ାଇଲାଣି ରସୁଣ ଦର, ଦିନକରେ ବଢ଼ିଲା..

ଭୁବନେଶ୍ବର: ପିଆଜ ପରେ ଏବେ କନ୍ଦାଇଲା ରସୁଣ । ଗୋଟିଏ ଦିନରେ କିଲୋଗ୍ରାମ ପିଛା ଶହେ ଟଙ୍କା ବୃଦ୍ଧି ହୋଇଛି ରସୁଣ ଦର । ଗତକାଲି କିଲୋଗ୍ରାମ ୧୨୦ରୁ ୧୪୦ରେ ବିକ୍ରି ହେଉଥିଲା ରସୁଣ । ବର୍ଷା ପାଇଁ ନାସିକ ଓ ମହାରାଷ୍ଟ୍ରରୁ ଆସିପାରୁନି ମାଲ । ଅଳ୍ପଦିନ ଭିତରେ ସ୍ଥିତିରେ ସୁଧାର ହେବ କହିଲେ ବ୍ୟବସାୟୀ ।

ପୁଣି ଖାଉଟିଙ୍କ ଉପରେ ମହଙ୍ଗାମାଡ଼ । ପିଆଜ ପରେ ଏଵେ କନ୍ଦାଇଲା ରସୁଣ । ଗୋଟିଏ ଦିନରେ କିଲୋଗ୍ରାମ ପିଛା ଦର ୧୦୦ ଟଙ୍କା ବୃଦ୍ଧି । ଗତକାଲି ୧୨୦ରୁ ୧୪୦ ବିକ୍ରି ହେଉଥିବା ରସୁଣ ଆଜି ବଜାରରେ ୨୮୦ରୁର ୩ ଶହ ଟଙ୍କାରେ ପହଞ୍ଚିଛି । ବର୍ଷା ଯୋଗୁ ନାସିକ ଓ ମହାରାଷ୍ଟ୍ରରୁ ଆମଦାନୀ କମିଥିବାରୁ ହଠାତ ଦରବୃଦ୍ଧି ହୋଇଥିବା କହିଛନ୍ତି ବ୍ୟବସାୟୀ । ଭୁବନେଶ୍ୱର ଏକ ନମ୍ବର ମାର୍କେଟକୁ ୧୦ ଚକିଆ ଟ୍ରକ ୧୦ଗାଡି ଆସୁଥିବା ବେଳେ ଏଵେ ମାତ୍ର୪ଟି ଆସୁଛି । ଯାହାଦ୍ୱାରା ଗ୍ରାହକଙ୍କ ଆବଶ୍ୟକୀୟ ଅନୁଯାୟୀ ମାର୍କେଟରେ ରସୁଣ ଅଭାବ ରହୁଛି ବୋଲି କହିଛନ୍ତି ବ୍ୟବସାୟୀ ।

ରସୁଣ ଦରବୃଦ୍ଧି ନେଇ ଚିନ୍ତାରେ ଖାଉଟି । ଯିଏ କିଲେ ନେଉଥିଲା ସେ ଏଵେ ଶହେ ଗ୍ରାମ ନେବାକୁ ବାଧ୍ୟ ହେଉଛି । ହଟାତ କିଲୋଗ୍ରାମ ପିଛା ଶହେ ଟଙ୍କା ବଢିବାଦ୍ବାରା ବ୍ୟବସାୟୀ ବି କ୍ଷତିଗ୍ରସ୍ତ ହୋଇଛନ୍ତି । ପିଆଜ ଦରରେ ନିୟନ୍ତ୍ରଣ ଆସିବା ପରେ ରସୁଣ ଦର ଏଭଳି ହଟାତ ବୃଦ୍ଧି ସମସ୍ତଙ୍କୁ ଚିନ୍ତା ବଢ଼ାଇଛି । ସବୁ ରୋଷେଇ ପାଇଁ ପିଆଜ ସହ ରସୁଣର ଆବଶ୍ୟକତା ରହିଛି । ତେଣୁ କିଏ ୨୫୦ ଗ୍ରାମ ତ କିଏ ୧୦୦ ଗ୍ରାମ କିଣି କାମ ଚଳାଉଥିବା କହିଛନ୍ତି । ପିଆଜ ପରେ ଏଵେ ରୋଷେଇ ଘରେ ରସୁଣର ଅଭାବ ତରକାରୀକୁ ପାଣିଚିଆ କରିଛି । ତେବେ ବର୍ଷା କମିବା ପରେ ମାସେ ଭିତରେ ରସୁଣ ଦରରେ ସୁଧାର ଆସିବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ ଓ ଖାଉଟି ।