ଚିନ୍ତାରେ କପା ଚାଷୀ, ସହାୟତା ପାଇଁ ଗୁହାରି

ସୁବର୍ଣ୍ଣପୁର:  ଅଦିନିଆ ବର୍ଷା ପାଇଁ ନଷ୍ଟ ହେଲା କପା। ଅମଳ ସମୟରେ ଦାଉ ସାଧିଲା ବର୍ଷା। ଏକର ଏକଜ ଚମିରେ କପା ନଷ୍ଟ । ଚିନ୍ତାରେ ସୁବର୍ଣ୍ଣପୁର ଚାଷୀ । ଧାର ଉଧାର କରି ହୋଇଥିଲା ଚାଷ। ବର୍ଷା ପାଇଁ କପାରେ ପାଣି ପଶି ନଷ୍ଟ ହୋଇଛି। ପରିବାର ପ୍ରତିପୋଷଣ ଚିନ୍ତାରେ ସରକାରୀ ସହାୟତା ପାଇଁ ଗୁହାରି କରିଛନ୍ତି ଚାଷୀ ।

କାଳ ହେଲା ଅଦିନିଆ ବର୍ଷା । ମିଗଜୋମ ପ୍ରଭାବରେ ଦୁଇ ଦିନ ଧରି ବାର୍ଷା ଲାଗି ରହିବା ଫଳରେ କ୍ଷତି ହୋଇଯାଇଛି ଏକର ଏକର ଜମିରେ ଫସଲ।  ସୁବର୍ଣ୍ଣପୁର ବୀରମହାରାଜପୁର ବ୍ଲକ ଆନନ୍ଦପୁର ଗାଁର କପା ଚାଷୀ ହତାଶ । କିଛି ପରିମାଣରେ କପା ଅମଳ ଅପେକ୍ଷାରେ ଥିବା ବେଳେ ଆଉ କିଛି ତୋଳା ହୋଇ ରହିଥିଲା । ବର୍ଷା ମାଡରେ କ୍ଷେତର କପା ନଷ୍ଟ ହୋଇଯାଇଛି । ପ୍ରାୟ ୨୫ ରୁ ଉର୍ଦ୍ଧ୍ବ ଚାଷୀ ୩ ଶହରୁ ଅଧିକ ଏକର ଜମିରେ ପ୍ରତିବର୍ଷ କରନ୍ତି କପା ଚାଷ। ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ଭଲ ଉତ୍ପାଦନର ଆଶା ରହିଥିଲା। ହେଲେ ଅଦିନିଆ ବର୍ଷା ସବୁ ଆଶା ଭାଙ୍ଗିଦେଇଛି । ଦୁଇ ଦିନର ବର୍ଷାରେ ନଷ୍ଟ ହୋଇଛି କୁଇଂଟାଲ କୁଇଂଟାଲ କପା।

ଧାର ଉଧାର କରି ହୋଇଥିଲା ଚାଷ । ଏବେ କେମିତି ଋଣ ସୁଝିବେ ସେହି ଚିନ୍ତାରେ ଚାଷୀ । ଧଳା ଚକ ଚକ କପା ନଷ୍ଟ ହେବା ଦ୍ବାରା ସେସବୁ କେମିତି ବିକ୍ରି ହେବ ସେନେଇ ବଢିଛି ଚିନ୍ତା। ଜିଲ୍ଲାରେ ପ୍ରାୟ ୫ ରୁ ୬ ହଜାର ହେକ୍ଟର ଜମିରେ ହୋଇଥିଲା କପା ଚାଷ । କ୍ଷେତ୍ର ପରିବର୍ଶନ କରି ଆର୍ଥିତ ସହଯୋଗ ଯୋଗାଇଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ଚାଷୀ। କପା କ୍ଷତିର ରିପୋର୍ଟ ଆସିବା ପରେ ସରକାରଙ୍କ ପକ୍ଷରୁ ଯାହା ଆଈନ ମୁତାବକ ସାହାଯ୍ୟ କରାଯିବ ବୋଲି କହିଛନ୍ତି ବୀରମହାରାଜପୁର ତହସିଲଦାର।