ଅସହାୟ ବିଧବା ମହିଳାଙ୍କ ଭତ୍ତା ଟଙ୍କା ହଡପ

ନନ୍ଦିଘୋଷ ବ୍ୟୁରୋ: ଅସହାୟ ବିଧବା ମହିଳାଙ୍କ ଭତ୍ତା ଟଙ୍କା ହଡପ । ୧୫ ମାସ ଧରି ମହିଳାଙ୍କୁ ମିଳିନି ଭତ୍ତା । ଭୋଗରାଇ ବ୍ଳକ ମହିଷପୁର ଗାଁର ପାର୍ବତୀଙ୍କୁ ଭତ୍ତା ଟଙ୍କା ମିଳିନଥିବାରୁ ଦୁର୍ଦ୍ଦିନରେ ବିତାଉଛନ୍ତି ଜୀବନ । ପ୍ରଶ୍ନ ଉଠୁଛି ପାର୍ବତୀଙ୍କ ଭତ୍ତା ଟଙ୍କା ଖାଇଛି କିଏ ?

ଅସହାୟ ବିଧବା ମହିଳାଙ୍କ ଭତ୍ତା ଟଙ୍କା ହଡପ । କାହିଁକି ମିଳୁନି ବିଧବା ମହିଳାଙ୍କ ଭତ୍ତା ଟଙ୍କା ? । ୧୫ ମାସର ଭତ୍ତା ଗାଏବ ପଛରେ କାହାର ହାତ ? ଏ ହେଉଛନ୍ତି ଭୋଗରାଇ ବ୍ଲକ ମହିଷପୁର ଗାଁର ପାର୍ବତୀ ଦଳାଇ । ସ୍ଵାମୀଙ୍କ ମୃତ୍ଯୁ ପରେ ବିଧବା ଭତ୍ତା ପାଇଁ ଆବେଦନ କରିଥିଲେ ପାର୍ବତୀ । ପରିବାର ପ୍ରତିପୋଷଣ ପାଇଁ ଭତ୍ତା ଟଙ୍କା ସାହାର ସାଜିବ ବୋଲି ଭାବିଥିଲେ । ୨୦୨୩ ଅଗଷ୍ଟ ମାସରୁ ପାର୍ବତୀଙ୍କୁ ଭତ୍ତା ମିଳିବା ପାଇଁ ଟଙ୍କା ମଞ୍ଜୁର ହୋଇଥିଲା । ଭତ୍ତା ଆଣିବା ପାଇଁ ପଞ୍ଚାୟତ ଅଫିସକୁ ଯାଇଥିଲେ ପାର୍ବତୀ । ହେଲେ ସେଠାରେ ଅଧିକାରୀ ପାର୍ବତୀଙ୍କୁ ଭତ୍ତା ଟଙ୍କା ମଞ୍ଜୁର ହୋଇନାହିଁ ବୋଲି କହିଥିଲେ । କିନ୍ତୁ ଏବେ ତଥ୍ୟ କହୁଛି ବାସନ୍ତୀଙ୍କ ୨୦୨୩ ଅଗଷ୍ଟରୁ ଭତ୍ତା ଟଙ୍କା ମଞ୍ଜୁର ହୋଇଛି । ହେଲେ ସେ ଏପର୍ଯ୍ଯନ୍ତ ଭତ୍ତା ଟଙ୍କା ପାଇପାରିନଥିବା ନେଇ ଅଭିଯୋଗ କରିଛନ୍ତି ହିତାଧିକାରୀ ।

ଏଠି ପ୍ରଶ୍ନ ଉଠୁଛି ପାର୍ବତୀଙ୍କ ଭତ୍ତା ଟଙ୍କା ଖାଇଛି କିଏ ? ଦୀର୍ଘ ୧୫ ମାସ ଧରି ଭତ୍ତା କାହିଁକି ପାଉ ନଥିଲେ ପାର୍ବତୀ? ଏହା ସରକାରୀ କର୍ମଚାରୀ ଓ ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କ ଦାୟିତ୍ବହୀନତା କି ? ନା ଯୋଜନାବଦ୍ଧ ଭାବେ ଟଙ୍କା ଆତ୍ମସାତ କରାଯାଇଛି ? । ଏମିତି ପୁଳାପୁଳା ପ୍ରଶ୍ନ ଉଠୁଛି । ଘଟଣା ସମ୍ପର୍କରେ ଭୋଗରାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଘଟଣା ସମ୍ବନ୍ଧରେ ତଦନ୍ତ ଚାଲିଛି ଖୁବଶୀଘ୍ର କାର୍ଯ୍ଯାନୁଷ୍ଠାନ ନିଆଯିବ । ଦୀର୍ଘ ୧୫ ମାସର ଭତ୍ତା ଟଙ୍କାକୁ କିଏ କରିଛି ଆତ୍ମସାତ ? ଘଟଣାର ତଦନ୍ତ କରି ବାସନ୍ତୀଙ୍କୁ ଟଙ୍କା ପ୍ରଦାନ କରିବା ସହିତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ଯାନୁଷ୍ଠାନ ନେବାକୁ ସାଧାରଣରେ ଦାବି ଜୋର ଧରିଛି ।