ମୋକିମଙ୍କ ପାଇଁ ବଢ଼ିଲା ଅଡୁଆ

କଟକ: ବିଧାୟକ ମହମ୍ମଦ ମୋକିମଙ୍କ ଭିଜିଲାନ୍ସ କୋର୍ଟ ରାୟ ଉପରେ ହାଇକୋର୍ଟରୁ ରହିତାଦେଶ ପାଇବା ମାମଲା । ମେଟ୍ରୋ ବିଲଡର୍ସ ମାମଲାରେ ଭିଜିଲାନ୍ସ ଜେଲ ଦଣ୍ଡ ସହ ସଭ୍ୟ ପଦ୍ଦ ରଦ୍ଦ ମାମଲାରେ ହାଇକୋର୍ଟରେ ଶୁଣାଣି ହୋଇଛି  । ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ରଙ୍କ କୋର୍ଟରେ ଜନସ୍ବାର୍ଥ ମାମଲାର ଶୁଣାଣି ହୋଇଛି । ଜନସ୍ୱାର୍ଥ ମାମଲାର ଶୁଣାଣି କରିବା ସହିତ ଏହାର ପରିସମାପ୍ତି ଘଟାଇଛନ୍ତି କୋର୍ଟ । ଏହିପରି ମାମଲାର ଶୁଣାଣି ପାଇଁ ଜଣିକିଆ ସ୍ୱତନ୍ତ୍ର ବେଞ୍ଚ ଗଠନ କରାଯାଇଥିବା କୋର୍ଟ ଅବଗତ କରାଇବା ସହିତ କେସର ପରିସମାପ୍ତି ଘଟାଇଛନ୍ତି । ମୁଖ୍ୟ ବିଚାରପତି ସୁଭାଶିଷ ତାଳପତ୍ରଙ୍କ କୋର୍ଟରେ ଆଜି ଏହାର ଶୁଣାଣି ହୋଇଥିଲା । ମେଟ୍ରୋ ବିଲ୍ଡର୍ସ ମାମଲାରେ ଭିଜିଲାନ୍ସ ୩ ବର୍ଷ ସଜା ଶୁଣାଇଥିଲେ ।

ଏହା ଉପରେ ମୋକିମ ରହିତାଦେଶ ଆଣିଥିଲେ । ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଫେବ୍ରୁଆରୀ ୨୨ ତାରିଖକୁ ଦିନ ଧାର୍ଯ୍ୟ ହୋଇଥିଲା । ହେଲେ ଏହା ପରବର୍ତ୍ତୀ ସମୟରେ ଆଉ ତାଲିକାଭୁକ୍ତ ହୋଇପାରିନଥିଲା । ତେବେ ମାମଲାର ତ୍ବରିତ ବିଚାରପାଇଁ ଡାକ୍ତର ରବି ରଂଜନ ସାହୁଙ୍କ ସହ ତିନି ଜଣ ବ୍ୟକ୍ତି ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ । ଯାହାର ଆଜି ଶୁଣାଣି କରି କୋର୍ଟ ଜଣିକିଆ ସ୍ବତନ୍ତ୍ର ବେଞ୍ଚ ଗଠନ କରାଯାଇଥିବା କହି କେସର ଅନ୍ତ ଘଟାଇଛନ୍ତି । ଅନ୍ୟପଟେ ଏହି ମାମଲାର ୬ ମାସ ମଧ୍ୟରେ ଶୁଣାଣି ସରିବ ବୋଲି କୋର୍ଟ ଆଶା କରିଛନ୍ତି ।