spot_img

Latest Posts

ପଦ୍ମକୁ ଟେନସନ ଦେବ ବିଜେଡିରୁ ପ୍ରତ୍ୟାଖାତ ନେତାଙ୍କ ମିଶ୍ରଣ

ଭୁବନେଶ୍ବର: ପଦ୍ମକୁ ଟେନସନ ଦେବ ବିଜେଡିରୁ ପ୍ରତ୍ୟାଖାତ ନେତାଙ୍କ ମିଶ୍ରଣ। ଲୋକଙ୍କ ଦ୍ବାରା ପ୍ରତ୍ୟାଖାତ ହୋଇଥିବା ନେତାଙ୍କୁ ଆପଣାଇ ବଳଶାଳୀ ହେବାକୁ ଚାହୁଥିବା ବିଜେପିର ମିଶନ ପୁଣି ଫେଲ ହେବ। ରିଜେକ୍ଟ ନେତାମାନେ ଅନ୍ୟଦଳକୁ ଗଲେ କିଛି ଫରକ ପଡ଼ିବନି ବୋଲି ଶାସକ ଦଳ କହିବା ସହ ଓଡିଶାବାସୀ ନବୀନଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିବେ ବୋଲି ଦଳୀୟ ନେତା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଯାହାକୁ ନେଇ ଉଷ୍ମ ହୋଇଛି ରାଜ୍ୟ ରାଜନୀତି ।

ପ୍ରତ୍ୟାଖାତ ନେତାଙ୍କୁ ନେଇ ବିଜେପି ପୁଲକିତ। ବିଜେଡି କହିଲା ଦଳ ଉପରେ ପଡ଼ିବନି କୌଣସି ପ୍ରଭାବ । ନବୀନଙ୍କ ସାଥୀରେ  ଓଡ଼ିଶାବାସୀଙ୍କ ଆଶୀର୍ବାଦ । କଂଗ୍ରେସ ବି ବିଜେପିକୁ କଲା ଟାର୍ଗେଟ । ରିଜେକ୍ଟ ନେତାଙ୍କୁ ନେଇ ଚବିଶ ଅଙ୍କ କଷୁଛି ରାଜ୍ୟ ବିଜେପି । ଧୀରେଧୀରେ ଗୋଳିଆ ହେଲାଣି ପଦ୍ମ ପୋଖରୀ । ନୀତିହୀନ ନେତାଙ୍କ ମିଶ୍ରଣ ଦଳକୁ ମହଙ୍ଗାରେ ପକାଇବ । ଏକଥା ଜଳଜଳ କରି ଦିଶିଲାଣି । ବିଜେଡିର ଯୁକ୍ତି ହେଉଛି ୨୦୧୯ର ଦଶା ଭୋଗିବ ରାଜ୍ୟ ବିଜେପି । ବିଜେଡି ଯେଉଁ ନେତାମାନଙ୍କୁ ପ୍ରତ୍ୟାଖାତ କରିଛି ସେମାନଙ୍କୁ ଆପଣାଉଛି ବିଜେପି। ଯାହା ବିଜେଡି ପାଇଁ କୌଣସି ଫରକ ପଡ଼ିବନି। ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଅଛନ୍ତି । ତାଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ ମନସ୍ଥ କରିଛନ୍ତି ବୋଲି ବିଜେଡି କହିଛି। ନିର୍ବାଚନ ସମୟରେ ଟିକେଟ ଆଶାରେ ଦଳ ଛାଡ଼ୁଛନ୍ତି ଯାହା ସ୍ବଭାବିକ ବୋଲି ଶାସକ ଦଳ କହିଛି ।

ସେପଟେ କଂଗ୍ରେସ ମଧ୍ୟ ବିଜେପିକୁ କଡ଼ା ସମାଲୋଚନା କରିଛି । ପିସିସି ସଭାପତି କହିଛନ୍ତି, ଓଡ଼ିଶାବାସୀ କେବେ ବିଜେପିକୁ ବିଶ୍ବାସ କରିବେ ନାହିଁ । ରାଜନୈତିକ ସମୀକ୍ଷକଙ୍କ ଯୁକ୍ତି ହେଉଛି ନିର୍ବାଚନ ସମୟରେ ଟିକେଟ ଆଶାରେ ବହୁନେତା  ଏପରି ଦଳଡ଼ିଆଁ କରନ୍ତି। ରାଜ୍ୟ ରାଜନୀତିରେ ଗୁରୁତ୍ବ ହରାଇଥିବା ନେତାଙ୍କୁ ବିଜେପି କୋଳାଇ ନେଉଛି । ଯାହାର କୌଣସି ପ୍ରଭାବ ତୃଣମୂଳସ୍ତରରେ ପଡ଼ିବନି ବୋଲି ରାଜନୀତି ସମୀକ୍ଷକ କହିଛନ୍ତି।

Latest Posts

Don't Miss