ଲକଡାଉନ ଭିତରେ ଘରେ ବସି ପାଠ ପଢ଼ିପାରିବେ ଦଶମ ଶ୍ରେଣୀ ବିଦ୍ୟାର୍ଥୀ
1 min read
ନୂଆଦିଲ୍ଲୀ: ଆଜିଠୁ ଦୂରଦର୍ଶନ ପଢ଼ାଇବ ପାଠ । ଲକ୍ଡାଉନ୍ ସମୟରେ ବିଭିନ୍ନ ବିଷୟରେ ଭିଡିଓ ଦେଖି ପାଠ ପଢିପାରିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ଏଡୁସାଟ ଅନ୍ଲାଇନ୍ କ୍ଲାସ୍ରେ ପୂର୍ବରୁ ପ୍ରସାରିତ ଭିଡିଓର ପୁନଃ ପ୍ରସାରଣ କରାଯିବ । ଏପ୍ରିଲ ୨୦ ରୁ ମେ’ ୧୨ ତାରିଖ ଯାଏ ଚାଲିବ ଏହି କ୍ଲାସ ।
ସୋମବାରରୁ ଶୁକ୍ରବାର ପ୍ରତିଦିନ ଦୁଇଟି କ୍ଲାସ୍ ପାଠ ପଢ଼ାଇବ ଦୂରଦର୍ଶନ । ସକାଳ ୧୧ଟାରୁ ୧୨ଟା ଓ ଅପରାହ୍ନ ୩ଟା୩୦ରୁ ୪ଟା୩୦ ଯାଏଁ ଏକ ଘଣ୍ଟା ଚାଲିବ କ୍ଲାସ । ଗଣିତ, ଏସ୍ସିପି,ଏସ୍ସିଏଲ, ଇଂରାଜୀ ଓ ଭୂଗୋଳ ପାଠ୍ୟକ୍ରମୃର ଭିଡିଓ ପ୍ରସାରଣ କରାଯିବ ।
ଏନେଇ ଓସେପା ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ସମୃସ୍ତ ଶିକ୍ଷାର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ଅବଗତ କରାଯାଇଛି ।
https://www.facebook.com/nandighoshatv/videos/589596878577467/?t=2