ଗେଟ୍ ଭାଙ୍ଗି ଥାନାରେ ପଶି ପୋଲିସ୍ ସହ ଧସ୍ତାଧସ୍ତି
1 min read
ନୂଆପଡ଼ା: ଥାନାରେ ପୋଲିସ- ଜନତା ଧସ୍ତାଧସ୍ତି । ଥାନରେ ଧସେଇ ପଶିଲେ ଗାଁ ଲୋକେ । ଛାତ୍ରୀ ନିଖୋଜ ଘଟଣାରେ ପୋଲିସ ନିରବ ଦ୍ରଷ୍ଟା ସାଜିଥିବା ଅଭିଯ଼ୋଗ କରି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନାରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଉତ୍ତ୍ୟକ୍ତ ଲୋକମାନେ ଥାନା ଆଗରେ ପାଟିତୁଣ୍ଡ କରିଥିଲେ । ପୋଲିସ ଅଟକାଇବାକୁ ଚେଷ୍ଟା କରିଥିଲା । କିନ୍ତୁ ଲୋକମାନେ ଗେଟ୍ ଭାଙ୍ଗି ଥାନା ଭିତରକୁ ପଶିଯାଇଥିଲେ । ଥାନା ବିଲ୍ଡିଂର ଗେଟ୍ ବନ୍ଦ କରି ଦିଆଯାଇଥିବା ବେଳେ ଲୋକଙ୍କୁ ପୋଲିସ ଅଟକାଇଥିଲା । ଏହି ସମୟରେ ପୋଲିସ ଓ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ସୂଚନା ଅନୁଯାୟୀ, ଖଡ଼ିଆଳ ଥାନା ତୁକୁଲା ଗାଁର ଜଣେ ଛାତ୍ରୀ ଗତ ୨୨ ତାରିଖରେ କଲେଜକୁ ଯାଇ ଆଉ ଘରକୁ ଫେରି ନଥିଲେ । ତାଙ୍କ ପରିବାର ଥାନାରେ ଏତଲା ଦେଇଥିଲେ । କିନ୍ତୁ ପୋଲିସ୍ ମାମଲା ରୁଜୁ କରି ନଥିଲା କି ଛାତ୍ରୀଙ୍କୁ ଖୋଜି ନଥିଲା । ଯାହାକୁ ନେଇ ଲୋକେ ଉତ୍ତ୍ୟକ୍ତ ହୋଇ ଥାନାକୁ ଯାଇଥିଲେ । ବୁଝାସୁଝା ପରେ ପରିସ୍ଥିତି ସ୍ୱାଭାବିକ ହୋଇଛି ।…