spot_img

Latest Posts

ସାହିନବାଗ୍‌ରେ ଜବରଦଖଲ ଉଚ୍ଛେଦ: ବୁଲଡୋଜର ଆଗରେ ବସିପଡ଼ିଲେ ସ୍ଥାନୀୟ ଲୋକେ

ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରତିବାଦର ମୁଖ୍ୟସ୍ଥଳ ପାଲଟିଥିବା ଦିଲ୍ଲୀର ସାହିନବାଗ ପୁଣି ଚର୍ଚ୍ଚାରେ । ତୀବ୍ର ବିରୋଧ ମଧ୍ୟରେ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ଅଭିଯାନ । ବ୍ୟାପକ ଫୋର୍ସ ମୁତୟନ ମଧ୍ୟରେ ଉଚ୍ଛେଦ ପାଇଁ ଦକ୍ଷିଣ ଦିଲ୍ଲୀ ନଗର ନିଗମର ବୁଲଡୋଜର ସାହିନବାଗରେ ପହଞ୍ଚିଥିଲା । ତେବେ ଉଚ୍ଛେଦ ଅଭିଯାନକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ ।

ଉଚ୍ଛେଦ ପ୍ରତିବାଦରେ ସ୍ଥାନୀୟ ଲୋକ ବୁଲଡୋଜର ଆଗରେ ବସିଯାଇଥିଲେ । ସେଥିପାଇଁ ଉଚ୍ଛେଦ ବିଳମ୍ବିତ ହୋଇଥିଲା । ସାହିନବାଗରେ ଆପ୍ ବିଧାୟକ ଅମାନତୁଲ୍ଲା ଖାନ ପହଞ୍ଚିଛନ୍ତି । ଦକ୍ଷିଣ ଦିଲ୍ଲୀର ଅନେକ ସ୍ଥାନରେ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ନିଗମ ପକ୍ଷରୁ ଘୋଷଣା କରାଯାଇଥିଲା । ମେ ୫ରୁ ୧୩ ତାରିଖ ମଧ୍ୟରେ ଏହି ଉଚ୍ଛେଦ କରାଯିବ ବୋଲି ଦକ୍ଷିଣ ଦିଲ୍ଲୀ ନଗର ନିଗମ ପକ୍ଷରୁ ଘୋଷଣା କରାଯାଇଥିଲା । ଏ ବାବଦରେ ଦକ୍ଷିଣ ପୂର୍ବ ଡିସିପିଙ୍କୁ ଚିଠି ଲେଖାଯାଇଥିଲା । ସାହିନବାଗର କାଳିନ୍ଦୀ କୁଞ୍ଜ-ଜାମିଆ ନଗର ଅଞ୍ଚଳରେ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ କରାଯିବ ।

ସାହିନ୍‌ବାଗ ସମେତ କେତେକ ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ କରିବା ଲାଗି ‘ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ’ ୧୦ଦିନିଆ ‘ଆକ୍‌ସନ୍‌ ପ୍ଲାନ୍‌’ କରିଥିବା କୁହାଯାଉଛି। ଦୁଇବର୍ଷ ପୂର୍ବେ ‘ନାଗରିକତ୍ୱ ସଂଶୋଧନ ଆଇନ’ ବିରୋଧରେ ଚାଲିଥିବା ପ୍ରତିବାଦର ସବୁଠୁ ପ୍ରସିଦ୍ଧ ସ୍ଥାନ ଭାବେ ସାହିନବାଗ୍ ସମଗ୍ର ଦେଶରେ ପରିଚିତ ହୋଇଥିଲା।

‘ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ’ର ‘ସେଣ୍ଟ୍ରାଲ୍‌ ଜୋନ୍‌ ଷ୍ଟାଣ୍ଡିଙ୍ଗ୍‌ କମିଟି’ର ଅଧ୍ୟକ୍ଷ ରାଜପାଲ୍‌ କହିଛନ୍ତି, ମହାନଗର ନିଗମ ତା’ର କାମ କରିବ ଏବଂ ଜବରଦଖଲ ଥିବା ସ୍ଥାନଗୁଡ଼ିକରେ ଉଚ୍ଛେଦ ଅଭିଯାନ ଚାଲିବ। ସେ ତୁଗ୍‌ଲକ୍‌ବାଦ, ସଙ୍ଗମ ବିହାର, ନିୟୁ ଫ୍ରେଣ୍ଡସ୍‌ କଲୋନି ହେଉ କି, ଶାହୀନ୍‌ବାଗ୍‌ ହେଉ। ଆମର ଶ୍ରମିକ ଏବଂ କର୍ମଚାରୀମାନେ ପ୍ରସ୍ତୁତ ହୋଇ ରହିଛନ୍ତି। ଟିମ୍‌ ଏବଂ ବୁଲ୍‌ଡୋଜର୍‌ ବନ୍ଦୋବସ୍ତ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ଗତ ୨୪ଘଣ୍ଟାରେ ୩ହଜାର୨୦୭ କରୋନା ସଂକ୍ରମିତ ଚିହ୍ନଟ, ୨୯ଜଣ ମୃତ

Latest Posts

Don't Miss