spot_img

Latest Posts

ବଢ଼ୁଛି କଂଗ୍ରେସ୍‌ ଏବଂ ଟିଏମ୍‌ସି ମଧ୍ୟରେ ବିବାଦ, ଦିଲ୍ଲୀ ଆସିଲେ ହେଲେ ସୋନିଆଙ୍କୁ ଭେଟିଲେନି ମମତା

ନୂଆଦିଲ୍ଲୀ: କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ଦିନକୁ ଦିନ ତିକ୍ତତା ବଢ଼ିବାରେ ଲାଗିଛି। ଯେଉଁଥିପାଇଁ ଶୀତକାଳୀନ ଅଧିବେଶନ ପୂର୍ବରୁ ୧୮ଟି ବିରୋଧୀ ଦଳ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବୈଠକକୁ ସ୍ଥଗିତ ରଖାଯାଇଛି। ସେପଟେ ସବୁଠାରୁ ବଡ଼ କଥା ହେଉଛିଯେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତିନି ଦିନିଆ ଗସ୍ତରେ ଦିଲ୍ଲୀ ଆସିଛନ୍ତି। ହେଲେ ଏହି ଗସ୍ତ ମଧ୍ୟରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିବା ପାଇଁ କୌଣସି ଯୋଜନା କରି ନାହାଁନ୍ତି। ଯାହା ଏବେ ଦୁଇ ଜଣଙ୍କ ମଧ୍ୟରେ ଥିବା ତିକ୍ତତାକୁ ଆହୁରି ବଢ଼ାଇ ଦେଇଛି।

ଅଗଷ୍ଟ ୨୦ ପରେ ଏହା ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ଥିଲା, ଯାହାକୁ ସ୍ଥଗିତ ରଖାଯାଇଛି। ସୂଚନା ଅନୁଯାୟି, ବର୍ତ୍ତମାନ ବିରୋଧୀ ଦଳର କେବଳ ସଂସଦୀୟ ନେତାମାନେ ସଂସଦରେ କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ରଣନୀତି କରିବେ। ଗତ ବୈଠକରେ ମୁଖ୍ୟ ସଂଗଠକ ସିପିଆଇ (ଏମ୍) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କହିଛନ୍ତି ଯେ ସଂସଦ ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଆମେ ବର୍ତ୍ତମାନ ନିଷ୍ପତ୍ତି ନେଇଛୁ। ୨୦୨୪ ନିର୍ବାଚନ ସହ ଜଡିତ ବଡ ପ୍ରସଙ୍ଗରେ ପରବର୍ତ୍ତୀ ପର୍ଯ୍ୟାୟରେ ବିରୋଧୀ ଦଳର ବୈଠକ ଡକାଯିବ ବୋଲି ସେ କହିଛନ୍ତି।

ସୋମବାର ସନ୍ଧ୍ୟାରେ ମମତା ବାନାର୍ଜୀଙ୍କ ଜଣେ ପ୍ରମୁଖ ସହାୟକ କହିଛନ୍ତି ଯେ ଟିଏମସି ମୁଖ୍ୟ ଏପର୍ଯ୍ୟନ୍ତ ସୋନିଆ ଗାନ୍ଧୀଙ୍କ ସହ ଦେଖାହେବା ପାଇଁ ସମୟ ମାଗିନାହଁନ୍ତି। ଉଭୟ ନେତାଙ୍କ ସାକ୍ଷାତ ପାଇଁ ଆମେ ଏପର୍ଯ୍ୟନ୍ତ ସୋନିଆ ଗାନ୍ଧୀ କାର୍ଯ୍ୟାଳୟରୁ କୌଣସି ନିମନ୍ତ୍ରଣ ପାଇନାହୁଁ ବୋଲି କହିଛନ୍ତି। ଦିଲ୍ଲୀର ତିନି ଦିନିଆ ଗସ୍ତ ସମୟରେ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ କେତେକ ରାଜନୈତିକ ନେତାଙ୍କୁ ଭେଟିବେ।

Latest Posts

Don't Miss