spot_img

Latest Posts

ମହର୍ଷି କଲେଜରେ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଭୁବନେଶ୍ୱର: ମହର୍ଷି କଲେଜରେ ଗଣ୍ଡଗୋଳ, ଅଣଛାତ୍ରଙ୍କ ତୁମୁଳକାଣ୍ଡ । ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ । ଆକ୍ରମଣ କରିଥିବା ୧୦ ରୁ ଉର୍ଦ୍ଧ୍ବ ଯୁବକ ଝାରପଡା ଅଞ୍ଚଳର ହୋଇଥିବା ସୂଚନା।

ଗୁରୁତର ଅବସ୍ଥାରେ ଜଣେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଝାରପଡାର ଦୁଇ ଜଣ ଯୁବକ ଦୁଇ ଦିନ ତଳେ କଲେଜ କ୍ୟାମ୍ପସକୁ ଆସି ଛାତ୍ରୀଙ୍କୁ କମେଣ୍ଟ ମାରିଥିଲେ। ସେଠାରେ ଉପସ୍ଥିତ ଥିବା ପିଲାମାନେ ଏହାର ବିରୋଧ କରିଥିଲେ। ପ୍ରିନ୍ସିପାଲଙ୍କ ନିକଟରେ ଅଣ୍ଡରଟେକିଂ ଲେଖିବା ପରେ ସେମାନଙ୍କୁ ଛଡ଼ାଯାଇଥିଲା । ସେହି ରାଗ ସୁଝାଇବା ପାଇଁ ଆଜି ୧୦ରୁ ଉର୍ଦ୍ଧ୍ବ ଯୁବକ କଲେଜ କ୍ୟାମ୍ପସରେ ପହଞ୍ଚିଥିଲେ। କିଛି କହିବା ପୂର୍ବରୁ ବ୍ୟାଟ, ଲୁହାରଡ଼, ହକି ଷ୍ଟିକରେ ମାଡ଼ ମାରି ୫ ଜଣଙ୍କୁ ଲହୁଲୁହାଣ କରିଦେଇଥିଲେ।

ତେବେ ପୋଲିସ ଘଟଣାସ୍ଥଳରେ ପହଁଚି ସିସିଟିଭି ଯାଞ୍ଚ କରିବା ସହ ଉତ୍ତ୍ୟକ୍ତ ଛାତ୍ରଙ୍କୁ ବୁଝାସୁଝା କରିଛି। ଘଟଣାରେ ସଂପୃକ୍ତ ଥିବା ସମସ୍ତ ଅଣଛାତ୍ରଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛି ପୋଲିସ।

Latest Posts

Don't Miss