ବାଲେଶ୍ୱରରେ ଆଶ୍ରମ ସ୍କୁଲରେ ଉତ୍ତେଜନା, ସୁପରିଟେଣ୍ଡେଣ୍ଟଙ୍କୁ ଘୋଷାରି ପିଟିଲେ ଅନ୍ତେବାସୀ

1 min read

ବାଲେଶ୍ୱର: ଗୋପୀନାଥପୁର ପଞ୍ଚାୟତ ଅନ୍ତର୍ଗତ ହସିନାପୁର ବାଳିକା ଆଶ୍ରମ ସ୍କୁଲରେ ଉତ୍ତେଜନା ଦେଖାଦେଇଛି । ବିଭିନ୍ନ କାରଣକୁ ନେଇ ଉତକ୍ଷିପ୍ତ ହୋଇଛନ୍ତି ଶତାଧିକ ଅନ୍ତେବାସୀ । ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଅନୈତିକ ସମ୍ପର୍କ ଅଭିଯୋଗରେ ସ୍କୁଲ ସୁପରିଟେଣ୍ଡେଣ୍ଟ ଓ ଶିକ୍ଷୟିତ୍ରୀଙ୍କୁ ଘୋଷରି ଘୋଷରି ମାଡ଼ ମାରିଥିବାର ମଧ୍ୟ ଦେଖିବାକୁ ମିଳିଛି ।

ସ୍କୁଲର ଅବ୍ୟବସ୍ଥାକୁ କେନ୍ଦ୍ରକରି ଆଜି ଛାତ୍ରୀଙ୍କ ପକ୍ଷରୁ ସ୍କୁଲ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଛାତ୍ରୀମାନଙ୍କର ଅଭିଯୋଗ ଯେ, ସ୍କୁଲର ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଓ ପ୍ରଧାନ ଶିକ୍ଷକଙ୍କ ମଧ୍ୟରେ କ୍ୟାମ୍ପସରେ ଅନୈତିକ ସମ୍ପର୍କ ରଖିବା ସହିତ ପିଲା ମାନଙ୍କୁ ନିଜର ବ୍ୟକ୍ତିଗତ କାମରେ ଲଗାଉଥିଲେ । ତେବେ ଏନେଇ ଶୈକ୍ଷିକ ବାତାବରଣ ଅଭାବ ହେତୁ ପାଠ ପଢ଼ାରେ ଅସୁବିଧା ହେଉଥିବା ନେଇ ୧୬୦ ଛାତ୍ରୀ ଧାରଣାରେ ବସିରହିଥିଲେ ।

ତେବେ ଦୀର୍ଘ ୩ ଘଣ୍ଟା ଧାରଣ ପରେ ପରିସ୍ଥିତି ଅଣାୟତ ହେବ ସହିତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଘୋଷାରି ଆଣି ନିର୍ଧୁମ୍ ମାଡ଼ ମାରିଥିଲେ ଗ୍ରାମବାସୀ ଓ ଛାତ୍ରୀ । ତେବେ ଘଟଣା ସ୍ଥଳରେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧର କରି ପୋଲିସ ଜିମାରେ ଦେଇଛନ୍ତି।

')}

Leave a Reply