ସୁରଟରୁ ୧୨ ଶହ କୋଟି ଟଙ୍କାର ମାଲ ନେଇଛନ୍ତି ବାଂଲାଦେଶୀ ବ୍ୟବସାୟୀ, ଚିନ୍ତାରେ ସୁରତ ବ୍ୟବସାୟୀ

ସୁରତ: ବାଂଲାଦେଶରେ ଜାରି ହିଂସା ଗୁଜୁରାଟ ବ୍ୟବସାୟୀଙ୍କୁ ବଡ ଝଟକା ଦେଇଛି  । ବାଂଲାଦେଶ ହିଂସା ପରେ ଦୁଇ ଦେଶ ମଧ୍ୟରେ ବ୍ୟାପାର ଠପ୍‌ କାରଣରୁ ଗୁଜୁରାଟ ବ୍ୟବସାୟୀଙ୍କ ୧୨୦୦ କୋଟି ଟଙ୍କା ଅଟକି ରହିଛି  । ଦେଶରେ ବ୍ୟାପକ ବିରୋଧ ପ୍ରଦର୍ଶନ ପରେ ପ୍ରଧାନମନ୍ତ୍ରୀ ଶୈଖ ହସିନା ଦେଶ ଛାଡିବା ସହ ଅନ୍ତରୀଣ ସରକାର ଗଠନ ପରେ ଭାରତୀୟ ଉଦ୍ଦ୍ୟୋଗୀ ବାଂଲାଦେଶ ସ୍ଥିତି ସାମାନ୍ୟ ହେବ ବୋଲି ଆଶା ରଖିଛନ୍ତି  । ଗୁଜୁରାଟରୁ ବାଂଲାଦେଶକୁ ରିଆକ୍ଟିଭ ଡାଇଜ, କେମିକାଲ୍ସ, ପିଗମେଣ୍ଟ ପେଷ୍ଟ, ହ୍ୟାଣ୍ଡଲୁମ ଉତ୍ପାଦ, ଏପିଆଇ, ଔଷଧ ଓ ଟାଇଲ୍ସର ରପ୍ତାନୀ ହୋଇଥାଏ  ।

ଋଷ ୟୁକ୍ରେନ ଯୁଦ୍ଧ ଓ ୟୁରୋପ ମାନ୍ଦବସ୍ଥା ପରେ ବାଂଲାଦେଶରେ ରଙ୍ଗ, କେମିକାଲ୍ସ ଓ ଇଣ୍ଟରମିଡିଏଟସ ଜିନିଷ ପାଇଁ ଗୁରୁତ୍ବପୂର୍ଣ୍ଣ ବଜାର ସାଜିଥିଲା  । କିନ୍ତୁ ବାଂଲାଦେଶ ହିଂସା ଓ ସତ୍ତା ପରିବର୍ତ୍ତନ ପୁଣିଥରେ ବ୍ୟବସାୟରେ ଗ୍ରହଣ ଲଗାଇ ଦେଇଛି  । ବାଂଲାଦେଶୀ ବ୍ୟାଙ୍କ ଦ୍ବାରା ଜାରି ଲେଟର୍ସ ଅଫ କ୍ରେଡିଟ ବର୍ତ୍ତମାନ ଭାରତ ବିରୋଧୀ ଭାବନା କାରଣରୁ ସମ୍ମାନ କରାଯିବ ନାହିଁ ବୋଲି ଗୁଜୁରାଟ ବ୍ୟବସାୟୀ ଭାବୁଛନ୍ତି ।

ଗୁଜୁରାଟ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି କହିବା ଅନୁସାରେ ଗତ ୨୦୨୩ରେ ଭାରତ ଓ ବାଂଲାଦେଶ ମଧ୍ୟରେ ୧୪ ଆରବ ଡଲାରର ବ୍ୟବସାୟ ହୋଇଥିଲା  । ଚଳିତ ବର୍ଷ ଏହା ବୃଦ୍ଧି ହେବା ନେଇ ଆଶା କରାଯାଇଥିଲା  । କିନ୍ତୁ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଏବେ ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛି  ।

ଏହାର ଅଧିକ ପ୍ରଭାବ କପଡା ବ୍ୟବସାୟରେ ପଡିଛି  । ପାଖାପାକଇ ୫୦୦ କୋଟିର କପଡା କାରବାର ପ୍ରଭାବିତ ହୋଇଛି  । ସୁରତରୁ ଗତ ବର୍ଷ ୧୨୦୦ କୋଟି ଟଙ୍କାର କପଡା ବାଂଲାଦେଶକୁ ରପ୍ତାନୀ କରାଯାଇଥିଲା  । ସୁରତରୁ ପ୍ରତି ମାସରେ ୫୦୦ କୋଟିରୁ ଅଧିକ କପଡା କୋଲକତା ଆସିଥାଏ  । ଏଥିରୁ ପାଖାପାକି ୫୦ ପ୍ରତିଶତ ଅର୍ଥାତ ୨୫୦ କୋଟିର କପଡା ବାଂଲାଦେଶ ଯାଇଥାଏ  । ସୁରତରୁ ପାଖାପାଖି ୭୦୦ ବ୍ୟବସାୟୀ ଭାୟା କୋଲକତା ବାଂଲାଦେଶରେ ବ୍ୟବସାୟ କରିଥାନ୍ତି  । କିନ୍ତୁ ଏବେର ପରିସ୍ଥିତି ପାଇଁ ୧୦୦ କୋଟିରୁ ଅଧିକ ଟଙ୍କାର ପେମେଣ୍ଟ ଅଟକି ଯାଇଛି  ।