ମଣିପୁରରେ ଏନକାଉଣ୍ଟର: ୧୦ରୁ ଅଧିକ କୁକି ଉଗ୍ରବାଦୀ ନିହତ
ଜିରିବମ୍: ମଣିପୁରରେ ବଡ଼ ଧରଣର ଏନକାଉଣ୍ଟର । ୧୦ରୁ ଅଧିକ କୁକି ଉଗ୍ରବାଦୀ ନିହତ ହୋଇଥିବା ସୂଚନା । ଜିରିବମ୍ ଅଞ୍ଚଳରେ ହୋଇଛି ଏହି ଏନକାଉଣ୍ଟର ।ଆଜି ସକାଳେ ଗୋଟିଏ ଥାନାକୁ ଦୁଇ ପଟରୁ ଘେରାଉ କରି ଆକ୍ରମଣ କରିଥିଲେ କୁକି ଉଗ୍ରବାଦୀ । କେତେକ ଲୋକଙ୍କ ଘରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ । ସେହି ଅଞ୍ଚଳରେ ରିଲିଫ କ୍ୟାମ୍ପ ମଧ୍ୟ ଅଛି । ସନ୍ଦେହ କରାଯାଉଛି ରିଲିଫ କ୍ୟାମ୍ପ ମଧ୍ୟ ଉଗ୍ରବାଦୀଙ୍କ ଟାର୍ଗେଟରେ ଥିଲା ।
ଆସାମ ସୀମାକୁ ଲାଗି କରି ଏହି ଅଞ୍ଚଳ ରହିଛି । ଏହା ପରେ ସିଆରପିଏଫ୍ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା । ବହୁ ସମୟ ଧରି ଚାଲିଥିଲା ଗୁଳି ବିନିମୟ । ଏଥିରେ ୧୦ରୁ ଅଧିକ ଉଗ୍ରବାଦୀ ନିହତ ହୋଇଥିବାର ସୂଚନା ମିଳିଛି । ଘଟଣା ସମ୍ପର୍କରେ ଜଣାପଡିବା ପରେ ଗୁଳିବିନିମୟ ସ୍ଥାନକୁ ଅଧିକ ସିଆରପିଏଫ୍ ଯବାନଙ୍କୁ ପଠାଯାଇଛି । ସେଠାରୁ ବହୁ ଅସ୍ତ୍ରଅସ୍ତ୍ର ମଧ୍ୟ ଜବତ କରାଯାଇଛି । ମାଇତି ଉଗ୍ରବାଦୀଙ୍କ ତରଫରୁ ଜଣେ ଆଦିବାସୀଙ୍କୁ ହତ୍ୟା ପରେ ଉତ୍ତେଜନା ଦେଖା ଦେଇଥିଲା । ଏହା ପରେ ଆଜି ଥାନା ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ କୁକି ଉଗ୍ରବାଦୀ ।