ଗତ ୨୪ ଘଣ୍ଟାରେ ୧୦ କରୋନା ଆକ୍ରନ୍ତଙ୍କ ମୃତ୍ୟୁ, ସଂଖ୍ୟା ଟପିଲା ୭୦୦
1 min readଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୨ଟି ଅଲୋଡ଼ା ରେକର୍ଡ ସୃଷ୍ଟି କରିଛି କରୋନା । ସର୍ବାଧିକ ୪ ହଜାର ୩୩୦ ସଂକ୍ରମିତ ଚିହ୍ନଟ ହେବା ସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୦୦ ଡେଇଁଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୭୦୧ରେ ପହଞ୍ଚିଛି ।
Regret to inform the demise of Ten #COVID19 positive patients while under treatment in hospitals.
1. A-40 year old male of Bolangir district who was also suffering from Diabetes.
— H & FW Dept Odisha (@HFWOdisha) September 20, 2020
ଡାଇବେଟିସ୍ ଆକ୍ରାନ୍ତ ବଲାଙ୍ଗିରର ୪୦ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । କଟକର ୬୯ ବର୍ଷୀୟ ପୁରୁଷ ଯିଏକି ଡାଏବେଟିସ୍, ଉଚ୍ଚରକ୍ତଚାପ ଓ କଡନୀ ରୋଗରେ ଆକ୍ରାନ୍ତ ଥିଲେ । ତାଙ୍କର ବି କରୋନାରେ ମୃତ୍ୟୁ ହୋଇଛି । ସେହିପରି ଡାଏବେଟିସରେ ଆକ୍ରାନ୍ତ କଟକର ୮୪ ବର୍ଷୀୟ ପୁରୁଷ, ଗଞ୍ଜାମର ୬୮ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି ।
କଳାହାଣ୍ଡିର ୬୫ ବର୍ଷୀୟ ପୁରୁଷ, ଖୋର୍ଦ୍ଧାର ୯୨ ବର୍ଷୀୟ ପୁରୁଷ, ମୟୂରଭଞ୍ଜର ୮୦ ବର୍ଷୀୟ ମହିଳା, ପୁରୀର ୬୦ ବର୍ଷୀୟ ମହିଳା, ପୁରୀର ୫୪ ବର୍ଷୀୟ ପୁରୁଷ, ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ସମ୍ବଲପୁରର ୫୩ ବର୍ଷୀୟ ପୁରୁଷଙ୍କ କରୋନାରେ ମୃତ୍ୟୁ ହୋଇଛି ।