୨୬ ପରେ ରାଜ୍ୟରେ ଶୀତର ପ୍ରକୋପ ବଢିବ, ତାପମାତ୍ରା ପାଇବ ହ୍ରାସ

1 min read

ଭୁବନେଶ୍ୱର : ଅବପାତର ରୂପ ନେବ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ  । ଏହାର ପ୍ରଭାବରେ ଦାନା  ବାନ୍ଧୁଛି  ଲଘୁଚାପ । ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହେବାର ଅନୁମାନ କରାଯାଉଛି  । ଉପାନ୍ତରୁ ଉପକୂଳ, ସବୁଠି ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମୟୁରଭଞ୍ଜ, ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡା, ଦେବଗଡ, ସମ୍ବଲପୁର, ବରଗଡ, ଢେଙ୍କାନାଳ, ଅନୁଗୁଳ, ବାଲେଶ୍ବର, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ତେବେ ଦୁଇ ଦିନ ପରେ ରାଜ୍ୟରେ ବର୍ଷା କମିବା ସହ ଶୀତ ବଢିପାରେ । ବର୍ଷାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକରେ ୨୪ ଘଣ୍ଟା ପରେ ଘନ କୁହୁଡି ଦେଖାଦେବ । ଏଥିପାଇଁ ସଂପୃକ୍ତ ଜିଲ୍ଲା ଗୁଡିକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ବିଶେଷ କରି ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ କୁହୁଡି ଅଧିକ ଦେଖାଦେବ । ପାହାଡିଆ ଅଞ୍ଚଳରେ କୁହୁଡିର ପ୍ରଭାବ ଦିନ ୧୦ ଟା ପର୍ଯ୍ୟନ୍ତ ରହିବ । ରାଜଧାନୀ ଭୁବେନଶ୍ବରରେ ମଧ୍ୟ ପାଗ କୋହଲା ରହିବା ସହ ଶୀତ ଅନୁଭୁତ ହେବ । ୨୫ରେ ୩ ଜିଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲାଗୁଡିକ ହେଉଛି- କୋରାପୁଟ, ଗଜପତି  ଏବଂ ରାୟଗଡା । ବର୍ଷା ପାଇଁ କଟକ, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ନବରଙ୍ଗପୁର ଏବଂ ଯାଜପୁର ଜିଲ୍ଲାକୁ  ମଧ୍ୟ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୬ ତାରିଖ ପରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ କମିବ ବୋଲି ଜଣାପଡିଛି ।

Leave a Reply