ତାତିକୁ ନେଇ ବିଏମସିର ସ୍ଵତନ୍ତ୍ର ପ୍ଲାନ୍ ; ଭୁବନେଶ୍ଵରର ପ୍ରମୁଖ ଛକରେ ଲାଗିଲା ଅସ୍ଥାୟୀ ସେଡ୍

1 min read

ଭୁବନେଶ୍ୱର : ସମର ହିଟକୁ ବିଟ ପାଇଁ ବିଏମସିର ସ୍ଵତନ୍ତ୍ର ପ୍ଲାନ୍ । ରାଜଧାନୀ ଭୁବନେଶ୍ଵରର ପ୍ରମୁଖ ଛକରେ ଲାଗିଲା ଅସ୍ଥାୟୀ ସେଡ୍ । ଡେଲ୍ଟା, ପଟିଆ, ବିଗ୍ ବଜାର ଛକ, ସିଆରପି, ଜାଭିୟର, ନାଲକୋ ଛକ ଭଳି ୧୦ଟି ମୁଖ୍ୟ ଟ୍ରାଫିକରେ ଅସ୍ଥାୟୀ ସେଡ୍ ଲଗାଯାଇଛି । ଏଜି ଛକରେ ହେବ ସ୍ଥାୟୀ ସେଡ୍ । ଟ୍ରାଫିକରେ ଗାଡ଼ି ଛିଡ଼ା ହେଲେ ଛାଇରେ ଠିଆ ହେବେ ଯାତ୍ରୀ । ସେହିଭଳି ଏଜି ଛକରେ ରହିବ ଏକମାତ୍ର ବଡ଼ ସ୍ଥାୟୀ ସେଡ୍ । ଏଜିର ଚାରି ମୁଖ୍ୟ ରାସ୍ତାରେ ରହିବ ସେଡ୍ ।

ଅଂଶୁଘାତରୁ ମୁକ୍ତି ପାଇଁ ବିଏମସିର ସବୁ ୱାର୍ଡରେ ରହିବ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ ବ୍ୟବସ୍ଥା । ସବୁ ୱାର୍ଡରେ ୱାଟର କିଓସ୍କ ରହିବ । ପୂର୍ବ ବର୍ଷ ପରି ସ୍ଵୟଂ ସହାୟକ ମହିଳାମାନେ ଏଥର ଥଣ୍ଡା ଓ ସ୍ଵଚ୍ଛ ପାନୀୟ ଜଳ ବଣ୍ଟନ କରିବେ। ଅଂଶୁଘାତ ଶିକାର ରୋଗୀ ଙ୍କ ପାଇଁ ସବୁ ବିଏମଶି ହସ୍ପିଟାଲ ରେ ସ୍ଵତନ୍ତ୍ର ବଡ ରହିଛି । ଅସ୍ଥାୟୀ ସେଡ୍ ଭାଙ୍ଗିଲେ ସଙ୍ଗେ ସଙ୍ଗେ ନିର୍ମାଣ ହେବ । ୧୪ଟି ସ୍ଥାନରେ ସୋଲାର ୱାଟର କିଓସ୍କ ରହିବ । ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏ କାମ କରିବେ ନାହିଁ ଶ୍ରମିକ । କେବଳ ୨୩-୩୭ ନମ୍ବର ୱାର୍ଡକୁ ବାଦ ଦେଲେ ସବୁ ୱାର୍ଡରେ ୱାଟର କିଓସ୍କ ପ୍ରସ୍ତୁତ ହୋଇସାରିଛି । ବୁଲା ଗାଈ ଗୋରୁ, ପଶୁପକ୍ଷୀଙ୍କ ପାଇଁ ମାଟି ପାତ୍ରରେ ଜଳ ରହିବ ବୋଲି କହିଛନ୍ତି ଭୁବନେଶ୍ଵର ମେୟର ।