ନିଆରା ପରମ୍ପରା, ଦେବୀଙ୍କ ପାଖରେ ଲାଗି ହୁଏ ମଟନ୍ ବିରିୟାନୀ ଭୋଗ

ତାମିଲନାଡୁ: ସାଧାରଣତଃ ମନ୍ଦିରରେ ପୂଜାପରେ ଦେବାଦେବୀଙ୍କୁ ବିଭିନ୍ନ ପ୍ରକାର ଭୋଗ ଲାଗି କରାଯାଏ  । ତେବେ ଆମେ ଏଠାରେ ଏମିତି ଏକ ମନ୍ଦିର କଥା କହୁଛୁ ଯେଉଁଠି ଭୋଗ ଲାଗି ହୁଏ ବିରିୟାନୀ ।

 

ତାମିଲନାଡୁରେ ଥିବା ମାତା ମୁନିୟାନ୍ଦୀଙ୍କ ମନ୍ଦିରରେ ଶ୍ରଦ୍ଧାଳୁମାନେ ବିରିୟାନୀ ଭୋଗ ଲାଗି କରାଇଥାନ୍ତି । ତେବେ ମଦୁରାଇ ଜିଲ୍ଲାର ୱଡ଼କ୍କମ୍‌ ପଟ୍ଟି ଗାଁରେ ଏହି ମନ୍ଦିର ରହିଛି । ବର୍ଷରେ ଥରେ ଦେବୀଙ୍କ ପାଖରେ ଏକ ନିର୍ଦ୍ଦିଷ୍ଟ ଉତ୍ସବରେ ବିରିୟାନୀ ଲାଗି ହୋଇଥାଏ । ଏହି ଉତ୍ସବ ୧୯୭୩ ମସିହା ଠାରୁ ପାଳିତ ହୋଇଆସୁଛି । ଏକ ବିରିୟାନୀ ହୋଟେଲ ମାଲିକ ଗୁରୁ ସ୍ୱାମୀ ନାଇଡୁ ଏହାର ଆରମ୍ଭ କରିଥିଲେ । ସେ ତାଙ୍କ ହୋଟେଲ ନାମ ମୁନିୟାନ୍ଦୀ ରଖିଥିଲେ ।

ଭଲ କାରବାର ହେବାରୁ ସେ ମାତାଙ୍କଠାରେ ପ୍ରତିବର୍ଷ ବିରିୟାନୀ ଲାଗି କରିବାକୁ ମାନସିକ କରିଥିଲେ । ପରବର୍ତ୍ତୀ ସମୟରେ ବିଭିନ୍ନ ହୋଟେଲ ମାଲିକମାନେ ଏହି ଉତ୍ସବର ଆୟୋଜନ ମିଳିତ ଭାବେ କରୁଛନ୍ତି । ଚଳିତବର୍ଷ ଏଠାରେ ୨ କ୍ୱିଣ୍ଟାଲ ଚାଉଳ, ଶହେ ଛେଳି, ୬ ଶହ କୁକୁଡ଼ାରେ ବିରିୟାନୀ ପ୍ରସ୍ତୁତ କରାଯାଇଥିଲା । ଏହାକୁ ପୂଜା ପରେ ୮ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ତେବେ ଭକ୍ତ ମାନେ ବହୁ ଆନନ୍ଦର ସହ ଏହାକୁ ସେବନ କରିଥାନ୍ତି ।

Leave a Reply