ମୌସୁମୀରେ ପ୍ରବଳ ତାତି, ୧୨୬ ବର୍ଷରେ ଦ୍ୱିତୀୟ ସର୍ବାଧିକ ତାପମାତ୍ରା ରେକର୍ଡ

ଭୁବନେଶ୍ୱର: ମୌସୁମୀ ଦୁର୍ବଳ ହେବା ପରେ ତାତୁଛି ଓଡ଼ିଶା । ରାଜ୍ୟରେ ତାପମାତ୍ରା ବୃଦ୍ଧି ସହ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ । ୧୨୬ ବର୍ଷ ମଧ୍ୟରେ ଦ୍ୱିତୀୟ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି । ପୁରୀରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ ହୋଇଛି । ୧ ଅଗଷ୍ଟ ୧୯୭୨ରେ ସର୍ବକାଳୀନ ତାପମାତ୍ରା ଥିଲା ୩୬.୮ ଡିଗ୍ରୀ । ଗତ ୨୪ ଘଣ୍ଟାରେ ଦ୍ୱିତୀୟ ସର୍ବାଧିକ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବନି ନିସ୍ତାର । ଜୁଲାଇରେ ବି ହୋଇଥିଲା ଅସମ୍ଭାଳ ତାତି । ୧୦୦ ବର୍ଷ ମଧ୍ୟରେ ଜୁଲାଇ ହୋଇଥିଲା ବିଶ୍ବର ଉତ୍ତପ୍ତ ମାସ ।