ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ହେଲାଣି ପାରା, ୪୦ ଡିଗ୍ରୀ ଉପରେ ୮ ସହର
1 min readଭୁବନେଶ୍ୱର: ଜଳୁଛି ଆଭ୍ୟନ୍ତରୀଣ ଓଡ଼ିଶା । ଅଥୟ କରୁଛି ତାତି । ୪୦ ଡିଗ୍ରୀ ଉପରେ ରାଜ୍ୟର ୮ ସହର । ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ଆହୁରି ବଢ଼ିବ ବୋଲି ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ଓ କାଲି ପ୍ରବଳ ଖରା ପାଇଁ ୭ ଜିଲ୍ଲାକୁ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ବଢ଼ିବା ସମ୍ଭାବନା ରହିଛି ।
#୫ସହରରେ ତାତି #୪୧ଡ଼ିଗ୍ରୀ ଉପରେ
#ଟିଟଲାଗଡ ୪୨.୭ ଡ଼ିଗ୍ରୀ, #ବଲାଙ୍ଗୀର ରେ ୪୨.୫ଡ଼ିଗ୍ରୀ, #ସୋନପୁର ୪୧.୯ଡ଼ିଗ୍ରୀ , #ଝାରସୁଗୁଡା ୪୧.୨ଡ଼ିଗ୍ରୀ ଏବଂ #ବୌଦ୍ଧ ରେ #୪୧ଡ଼ିଗ୍ରୀ
ଆଗାମୀ ୨-୩ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାରେ ଅନେକ ସ୍ଥାନରେ ସ୍ୱାଭାବିକ ଠାରୁ ୩ ରୁ ୫ ଡ଼ିଗ୍ରୀ ଅଧିକ ରହିବ ତାତି
— Meteorological Centre, Bhubaneswar (@mcbbsr) March 31, 2022
#୮ସହରରେ ଦିନ ତାପମାତ୍ରା #୪୦ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ
୪୨.୭ ଡ଼ିଗ୍ରୀ ସହ #ଟିଟଲାଗଡ ରାଜ୍ୟର ଉତ୍ତପ୍ତ ସହର #ବଲାଙ୍ଗୀର ରେ ୪୨.୫ଡ଼ିଗ୍ରୀ, #ସୋନପୁର ୪୧.୯ଡ଼ିଗ୍ରୀ , #ଝାରସୁଗୁଡା ୪୧.୨ଡ଼ିଗ୍ରୀ ଏବଂ #ବୌଦ୍ଧ ରେ #୪୧ଡ଼ିଗ୍ରୀ ଦିନ ତାପମାତ୍ରା ରେକର୍ଡ pic.twitter.com/0K0QjP4AzM— Meteorological Centre, Bhubaneswar (@mcbbsr) March 30, 2022
ବିଶେଷକରି ମୟୂରଭଞ୍ଜ, ବୌଦ୍ଧ, ସୋନପୁର, ବଲାଙ୍ଗୀର ଓ ବରଗଡ଼ରେ ତାତି ଅଧିକା ରହିବ । ତେବେ ଏପ୍ରିଲ ୩ ତାରିଖରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଏପ୍ରିଲ ୨ ତାରିଖ ପରେ ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରିବ । ଏହା ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ । ଗତ ୨୪ ଘଣ୍ଟାରେ ଟିଟିଲାଗଡ଼ରେ ସର୍ବାଧିକ ୪୨.୭ ଡିଗ୍ରୀ, ବଲାଙ୍ଗୀରରେ ୪୨.୫ ଡିଗ୍ରୀ, ସୋନପୁରରେ ୪୧.୯ ଡିଗ୍ରୀ, ଝାରସୁଗୁଡ଼ା୪୧.୨ ଡିଗ୍ରୀ ତାପାମାତ୍ରା ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱରରେ ୩୪.୮ ଡିଗ୍ରୀ ଓ କଟକରେ ୩୮.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।