ଦୁଇ ଦିନ ପରେ ଶୀତରୁ ସାମାନ୍ୟ ଆଶ୍ୱସ୍ତି: ବଢ଼ିବ ୨ଂରୁ ୩ଂ ତାପମାତ୍ରା

ଭୁବନେଶ୍ୱର: ଶୀତରେ ଥରୁଛି ସାରା ଓଡ଼ିଶା । ଏହି ସ୍ଥିତି ଆଗାମୀ ଦୁଇଦିନ ଯାଏଁ ପରିବର୍ତ୍ତନ ହେବାର କୌଣସି ସମ୍ଭାବନା ନାହିଁ । ତେବେ ଦୁଇଦିନ ପରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଶୀତ ସହ ବିଭିନ୍ନ ଜିଲ୍ଲାରେ କୁହୁଡ଼ି ବି ଜାରି ରହିବ । ବିଶେଷକରି ଅନୁଗୁଳ, କଟକ, ଜଗତସିଂହପୁର, କନ୍ଧମାଳ, ଭଦ୍ରକ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଦ, କୋରାପୁଟ, ପୁରୀ, ମାଲକାନଗିରି, କଳାହାଣ୍ଡି, ଢେଙ୍କାନାଳ, ଯାଜପୁର, ସୁନ୍ଦରଗଡ଼, ଝାରସୁଡାରେ କୁହୁଡି ଦେଖାଯିବାର ସମ୍ଭାବନା ରହିଛି । ତେବେ ଅନୁଗୁଳ, କଟକ, ଜଗତସିଂହପୁର, କନ୍ଧମାଳ ଓ ଭଦ୍ରକର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮.୦ ଡିଗ୍ରୀ ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ବରରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ସକାଳୁ କୁହୁଡି ସାଙ୍ଗକୁ ଶୀତ ଜାରି ରହିବ ବୋଲ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।