ରାଜ୍ୟରୁ ଶୀତ ଗାଏବ, ୨ରୁ ୪ ଡିଗ୍ରୀ ଯାଏଁ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ମାର୍ଗଶୀର ଯାଇ ପୌଷ ଅଧାହେବାକୁ ବସିଲାଣି । କିନ୍ତୁ, ହାଡ଼ଭଙ୍ଗା ଜାଡ଼ ତ ଛାଡ଼ନ୍ତୁ ଶୀତ ହିଁ ନାହିଁ । ଉପାନ୍ତରୁ ଉପକୂଳ ସବୁଠୁ ଶୀତ ହଜିଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୩ ଦିନ ଯାଏଁ ତାପମାତ୍ରା ବଢ଼ିବ । ସ୍ୱାଭାବିକ ଠାରୁ ୨ରୁ ୪ ଡିଗ୍ରୀ ଯାଏଁ ତାପମାତ୍ରା ବଢ଼ିପାରେ ।ବଡ଼ଦିନ ବା ଖ୍ରୀଷ୍ଟମାସ ୨୫ ଓ ୨୬ ତାରିଖରେ ରାଜ୍ୟର ଗୋଟିଏ ୨ଟି ସ୍ଥାନରେ ବର୍ଷା ହୋଇପାରେ । ଫଳରେ ପୂର୍ବରୁ ଡିସେମ୍ବରରେ ହେଉଥିବା ହାଡ଼ଭଙ୍ଗା ଶୀତ ଚଳିତଥର ଅନୁଭୂତ ହେବନାହିଁ । ପୂର୍ବରୁ ଡିସେମ୍ବର ଶେଷ ସପ୍ତାହରେ ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ହାଲକା ତୁଷାରପାତ ହେଉଥିଲା । ଚଳିତବର୍ଷ ସେଠାରେ ତାପମାତ୍ରା ପାଖାପାଖି ୧୦ ଡିଗ୍ରୀ ରହିଛି ।ଉତ୍ତର ଭାରତରେ ପାଣିପାଗ ସ୍ଥିତି ବଦଳୁଥିବାରୁ ଓଡ଼ିଶାରେ ତାର ପ୍ରଭାବରେ ଏମିତି ସ୍ଥିତି ସୃଷ୍ଟି ହୋଇଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି । ଗତକାଲି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ଥିବାବେଳେ ଦାରିଙ୍ଗବାଡ଼ିରେ ୧୦ ଡିଗ୍ରୀ, ସୁନ୍ଦରଗଡ଼ ଏବଂ ତାଳଚେରରେ ୧୨ ଡିଗ୍ରୀ, ଭୁବନେଶ୍ୱରରେ ୧୭.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Leave a Reply