ଛାଡ଼ିଲା ବର୍ଷା; ୩ରୁ ୪ ଡିଗ୍ରୀ ଖସିବ ପାରଦ, ଥରିବ ଓଡ଼ିଶା

ଭୁବନେଶ୍ୱର: ପାଗରେ ଆସିବ ସୁଧାର । ବର୍ଷାରୁ ମିଳିବ ତ୍ରାହି । ୨ ଦିନ ହେଲା ସାରା ରାଜ୍ୟରେ ଅଦିନିଆ ବର୍ଷା ଲାଗି ରହିଥିବା ବେଳେ ଏବେ ଆଶ୍ୱସ୍ତି ମିଳିବାକୁ ଯାଉଛି । ଆଜିଠୁ ପାଗରେ ପରିବର୍ତ୍ତନ ଆସିବ । ତେବେ, ବର୍ଷା ଛାଡ଼ିବା ପରେ ପୁଣି ହାଡ଼ଭଙ୍ଗା ଶୀତ ଫେରିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।୩ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ଦେଖାଦେବ ଘନ କୁହୁଡ଼ି । ଶୀତଋତୁରେ ୨ ଦିନ ଧରି ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା । ତାଳଚେରରେ ସର୍ବାଧିକ ୫୮ ମିଲିମିଟର, ବାଲେଶ୍ୱରରେ ୨୨, କେନ୍ଦୁଝରରେ ୧୫ ଓ ଭୁବନେଶ୍ୱରରେ ୧୨ମିଲିମିଟର ବର୍ଷା ହୋଇଛି ।ଆସନ୍ତା ୬ ତାରିଖଠାରୁ ରାଜ୍ୟର ଉପାନ୍ତରୁ ଉପକୂଳ, ସବୁଠି ଶୀତ ଅନୁଭୂତ ହେବ । ସାରା ଓଡ଼ିଶାକୁ ଥରାଇବ ହାଡ଼ଭଙ୍ଗା ଶୀତ । ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏଁ ତାପମାତ୍ରା ହ୍ରାସ ପାଇବ । କୋହଲା ପାଗ ସାଙ୍ଗକୁ ଥଣ୍ଡା ପବନ ବହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ନୂଆ ବର୍ଷରେ ମହଙ୍ଗା ମାଡ଼, ଟ୍ରେନ୍ ଭଡ଼ା ବଢ଼ାଇଲେ କେନ୍ଦ୍ର ସରକାର

Leave a Reply