spot_img

Latest Posts

ଅମ୍ଫାନ ବାତ୍ୟା ପରେ ରାଜ୍ୟକୁ ପୁଣି ଫେରିଛି ତାତି, ଟିଟିଲାଗଡ଼ରେ ୪୫ ଡିଗ୍ରୀ ଟପିଲା ପାରା

ଭୁବନେଶ୍ୱର: ଅମ୍ଫାନ ବାତ୍ୟା ପରେ ରାଜ୍ୟକୁ ପୁଣି ତାତି ଫେରିଛି । ୪୫ ଡିଗ୍ରୀ ଟପିଲା ଟିଟିଲାଗଡ଼ । ୧୨ଟି ସହର ୪୧ ଡିଗ୍ରୀ ଉପରେ । ଆସନ୍ତା ୪୮ ଘଣ୍ଟାରେ ଓଡ଼ିଶାରେ ଦୁଇରୁ ତିନି ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ପାଇବା ସମ୍ଭାବନା । ସେଥିପାଇଁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୫ଟି ଜିଲ୍ଲାକୁ ୟେଲୋ ଆର୍ଲଟ ଜାରି କରାଯାଇଛି। ସେପଟେ ଖୁସିର କଥା ହେଲା, ଡିଜିଟାଲ ଇଣ୍ଡିଆର ଉମଙ୍ଗ ଆପ୍‌ରେ ଯୋଡ଼୍ ହୋଇଛି ପାଣିପାଗ ବିଭାଗ।  ଯାହା ଫଳରେ ଲୋକେ ଏବେ ଘରେ ବସି ନିଜ ମୋବାଇଲରେ ପାଣିପାଗର ସବୁ ସୂଚନା ପାଇ ପାରିବେ ।

ଆସନ୍ତାକାଲି ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୫ଟି ଜିଲ୍ଲାକୁ ୟେଲୋ ଆର୍ଲଟ ଜାରି କରାଯାଇଛି । ବଲାଙ୍ଗୀର, କଳାହାଣ୍ଡି , ସୋନପୁର, ବୌଦ୍ଧ, ଅନୁଗୁଳ ଜିଲ୍ଲାରେ ତାତିର ପ୍ରକୋପ ଲାଗି ରହିବ । ଗତକାଲି ରାଜ୍ୟର ୧୧ଟି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବା ବେଳେ ଟିଟିଲାଗଡରେ ସର୍ବାଧିକ ୪୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଅନ୍ୟପଟେ ଏଣିକି ଘରେ ବସି ପାଇବେ ପାଣିପାଗର ଆଗୁଆ ସୂଚନା । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ୨୦୧୭ ରେ ଲଞ୍ଚ ହୋଇଥିବା ଉମଙ୍ଗ ଆପ୍‌ରେ ଆଜି ଯୋଡ଼ି ହୋଇଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ନିଜ ଅଞ୍ଚଳର ବର୍ଷା ପବନ ସହ ଆଦ୍ରତା ଜାଣିପାରିବେ ରାଜ୍ୟବାସୀ । ଏହି ଆପ୍‌ରେ ୧୫୦ଟି ଦେଶର ପାଣିପାଗ ସୂଚନା ଜାଣିହେବ । ଦିନକୁ ୮ଥର ଏହି ସୂଚନା ପାଇ ପାରିବେ ଲୋକେ । ୪୫୦ଟି ସହରର ସୂଚନା ଦିନକରେ ୨୫ଥର ପାଇବା ସହ ଆଗାମୀ ୭ ଦିନର ଅପଡେଟ୍‌ ମଧ୍ୟ ମିଳିବ । ସୂର୍ଯ୍ୟଦୋୟରୁ ସୂର୍ଯ୍ୟାସ୍ତ, ନିଜ ଅଚଂଳର ସବୁ ଖବର ସାଧାରଣ ଲୋକେ ପାଇ ପାରିବେ ।

ତେବେ ରାଜ୍ୟବାସୀ ଆଗାମୀ କିଛିଦିନ ଖରାର ତାତି ସହିବା ସହ ଆଗୁଆ ସର୍ତକ ରହିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

 

Latest Posts

Don't Miss