spot_img

Latest Posts

ରାଜ୍ୟରେ ବଢ଼ିଲାଣି ତାତି, ୧୪ ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ…

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ତାପମାତ୍ରା । ତାପମାତ୍ରା ଏତେ ପରିମାଣରେ ବଢ଼ୁଛି ଯେ, ନିକଟ ଅତୀତରେ ବାତ୍ୟା ଅମ୍ଫାନ୍‌ ଓଡ଼ିଶା ଉପକୂଳ ଦେଇ ଗତି କରିଥିଲା ବୋଲି ବିଶ୍ୱାସ ହେଉନି । ରାଜ୍ୟରେ ଶନିବାର ୧୩ ସହରର ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ରବିବାର ୧୪ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଗ୍ରୀଷ୍ମ ଆରମ୍ଭରୁ ହିଁ ତାପମାତ୍ରା ୪୦ ଡିଗ୍ରୀ ପାର୍‌ ହେଲାଣି । ଯାହାକୁ ନେଇ ଚିନ୍ତାରେ ରାଜ୍ୟବାସୀ ।

ଟିଟଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୫.୮ ଡିଗ୍ରୀ ରହିଥିବା ବେଳେ ତାଳଚେରର ତାପମାତ୍ରା ୪୪.୩ ଡିଗ୍ରୀ ଉପରେ ରହିଛି । ସେହିଭଳି ଭବାନୀପାଟଣାରେ ତାପମାତ୍ରା ୪୪.୦ ଡିଗ୍ରୀ, ବଲାଙ୍ଗିରରେ ୪୪.୦ ଡିଗ୍ରୀ, ମାଲକାନଗିରିରେ ୪୩.୧ ଡିଗ୍ରୀ, ସୋନପୁରରେ ୪୩.୦ ଡିଗ୍ରୀ, ଅନୁଗୁଳରେ ୪୨.୫ ଡିଗ୍ରୀ, ସମ୍ବଲପୁରରେ ୪୨.୨ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୨.୨ ଡିଗ୍ରୀ, ହୀରାକୁଦରେ ୪୧.୯ ଡିଗ୍ରୀ, ଝାରସୁଗୁଡ଼ାରେ ୪୧.୬ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଫୁଲବାଣୀରେ ୪୧.୮ ଡିଗ୍ରୀ, ବୌଦ୍ଧରେ ୪୧.୮ ଡିଗ୍ରୀ ଏବଂ ସୁନ୍ଦରଗଡ଼ରେ ୪୦.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆଗକୁ ଆହୁରି ତାପମାତ୍ରା ବଢ଼ିବା ସହ ତାତି ଅସହ୍ୟ ହେବ ବୋଲି ଆଶଙ୍କା ରହିଛି ।

Latest Posts

Don't Miss