ତେଲକୋଇ : ଓଡିଶାରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) କାର୍ଯ୍ୟ ଚାଲୁରହିଛି।ଏହି କାର୍ଯ୍ୟକୁ ସମ୍ପାଦନ ପାଇଁ ବୁଥ ସ୍ତରିୟ ବିଏଲଓ ମାନଙ୍କୁ ଦାୟିତ୍ବ ଦିଆଯାଇଛି। ହେଲେ ନେଟୱର୍କ ନଥିବାରୁ ଜଙ୍ଗଲ ପାହାଡ଼ରେ ନେଟୱର୍କ ଖୋଜୁଛନ୍ତି ବିଏଲଓ।ଦୁଃଖର ବିଷୟ ଏହି ଡବଲ ଇଞ୍ଜିନ ସରକାର ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାରା ଯେ ସମସ୍ତ ସ୍କୁଲ, କଲେଜ ଓ ସମସ୍ତ ଅଫିସ ମାନଙ୍କରେ ଡିଜିଟାଲ ଇଣ୍ଡିଆ ନାରା ଦେଉଥିବା ବେଳେ ଏଠି ଶିକ୍ଷକ ମାନେ ଏସଆଇଆର କାର୍ଯ୍ୟକରିବା ପାଇଁ କେଉଁ ଜଙ୍ଗଲ ପାହାଡ଼ରେ ନେଟୱର୍କ ଖୋଜୁଛନ୍ତି l କିନ୍ତୁ ଏଠି ସେମାନଙ୍କୁ ସ୍ବତନ୍ତ୍ର ଡେଡଲାଇନ ଭିତରେ ଏସଆଇଆର କାର୍ଯ୍ୟ ସାରିବା ପାଇଁ ନିର୍ଦେଶ ମଧ୍ୟ ରହିଥିବାରୁ ଜଙ୍ଗଲରେ ଚାଲିଛି ଏସଆଇଆର କାର୍ଯ୍ୟ। ଜଙ୍ଗଲରେ ଅସୁରକ୍ଷିତ ଭାବେ ବିଏଲଓ ମାନେ ଏସଆଇଆର କାର୍ଯ୍ୟ କରୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ବିମଳା ପଞ୍ଚାୟତରେ। ପଞ୍ଚାୟତରେ ନେଟୱର୍କ ସୁବିଧା ଉପଲବ୍ଧ ହେଉନଥିବାରୁ ସେମାନେ ଢେଙ୍କାନାଳ ଜିଲ୍ଲା ଗଡପଳାଶୁଣି ପଞ୍ଚାୟତ କରଡାଖମଣ ଗାଁ ନିକଟ ଜଙ୍ଗଲରେ ଏସଆଇଆର କାର୍ଯ୍ୟ କରୁଛନ୍ତି। ଏସଆଇଆର କାର୍ଯ୍ୟ ପାଇଁ ପଞ୍ଚାୟତରୁ ପାଞ୍ଚ କିଲୋମିଟର ଦ୍ବରରେ ଥିବା ଏହି ଗାଁକୁ ସକାଳୁ ଯାଇ ସନ୍ଧ୍ୟାରେ ଫେରୁଛନ୍ତି। ତେଲକୋଇ ବ୍ଲକର ୫୫ଟି ଗାଁ ରେ କୈାଣସି ନେଟୱର୍କ ସୁବିଧା ନଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି.

