spot_img

Latest Posts

ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଚାଲିଛି ଜୋରଦାର ପ୍ରୟାସ

ନନ୍ଦିଘୋଷ ବ୍ୟୁରୋ: ତେଲଙ୍ଗାନାର ଟନେଲ ଭିତରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ଲାଗି ଚାଲିଛି ପ୍ରାଣମୂର୍ଛା ଉଦ୍ଯମ। ଟନେଲ ଭିତରେ ଫସିଛନ୍ତି ୮ରୁ ଅଧିକ ଶ୍ରମିକ। ଶ୍ରୀସାଇଲମ୍ ବାମ କେନାଲ ଟନେଲରେ ଏହି ଅଘଟଣ ଘଟିଛି। ନିର୍ମାଣାଧୀନ ଟନେଲ ଛାତରୁ କଂକ୍ରିଟ ଖଣ୍ଡ ଖସିବାରୁ ଫସି ରହିଛନ୍ତି ସେମାନେ  ନଗର କୁର୍ଣ୍ଣୁଲ ଜିଲ୍ଲାରେ ଏହି ଅଘଟଣ ଘଟିଛି। ରେସ୍କ୍ୟେୁ ଅପରେସନରେ ସାମିଲ ହୋିଛନ୍ତି ଏନଡିଆରଏଫ୍ ଓ ଏସଡିଆରଏଫ୍। ଶ୍ରୀସାଇଲମ୍ ର ବାମ କେନାଲରେ ଟନେଲ ଛାତରୁ ପାଣି ଲିକ୍ ହେଉଥିଲା। ତାକୁ ବନ୍ଦ କରିବାକୁ କଂକ୍ରିଟ କରାଯାଇଥିଲା ଟନେଲ ଭିତରକୁ କାମ କରିବା ଲାଗି ୫୦ ଶ୍ରମିକ ଯାଇଥିଲେ। ସେମାନେ ୨୦୦ ମିଟର ଦୀର୍ଘ ଟନେଲ ବୋରିଂ ମେସିନ ବି ସାଥୀରେ ନେଇଥିଲେ। ପ୍ରାୟ ସାଢେ ୧୩ କିଲୋମିଟର ଦୂର ଯାଏ ସେମାନେ ଟନେଲ ଭିତରକୁ ଯାଇଥିଲେ। ଟନେଲ ଭିତରେ ସମୁଦାୟ ୮ ଜଣ ଫସିଥିବା ସୂଚନା ମିଳିଛି। ୪୨ ଜଣ ପଦାକୁ ବାହାରିବାକୁ ସକ୍ଷମ ହୋଇଥିଲେ। ଫସିଥିବା ୮ ଜଣଙ୍କ ମଧ୍ଯରୁ ୨ ଇଞ୍ଜିନିୟର ଓ ୪ ଶ୍ରମିକ ହେଉଛନ୍ତି ଜୟପ୍ରକାଶ ଆସୋସିଏଟ୍ସର। ଅବଶିଷ୍ଟ ୨ ଜଣ ହେଉଛନ୍ତି ଏକ ଆମେରିକୀୟ କମ୍ପାନୀର। ଶ୍ରୀସାଇଲାମ ପ୍ରକଳ୍ପରୁ ପାଣିଆଣିବା ଲାଗି ବିଶ୍ବର ସବୁଠାରୁ ଦୀର୍ଘ ୪୪ କିଲୋମିଟର ଟନେଲ ଖୋଳାଯାଉଛି। ନାଲଗୋଣ୍ଡା ଜିଲ୍ଲାର ପ୍ରାୟ ୪ ଲକ୍ଷ ଏକର ଜମିକୁ ଜଳଯୋଗାଣ ଲାଗି ଏହି ଟନେଲ ଖୋଳାଯାଉଛି। ତେବେ ୪୪ କିଲୋମିଟରରୁ ମାତ୍ର ୯ ଦଶମିକ ୫ କିଲୋମିଟର ଟନେଲ ବାକି ଥିବା ସୂଚନା ମିଳିଛି।

Latest Posts

Don't Miss