କରୋନା କବଳରେ ତେଲେଙ୍ଗାନା ଗୃହ ମନ୍ତ୍ରୀ

ତେଲେଙ୍ଗାନା ଗୃହ ମନ୍ତ୍ରୀ ମହମ୍ମଦ ମହମୁଦ୍ଦ ଅଲ୍ଲୀ କରୋନା ସଂକ୍ରମଣର ଶୀକାର ହୋଇଛନ୍ତି । ରବିବାର ବିଳମ୍ୱିତ ରାତ୍ରିରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ନିକଟରେ କରୋନା ସଂକ୍ରମଣଜନିତ ଅନେକ ଲକ୍ଷଣ ପରିଲିଖିତ ହେଉଥିଲା ।
ଜ୍ୱର, ଥଣ୍ଡା, ଶ୍ୱାସରୁଦ୍ଧ ଓ କଫ ଭଳି ଅସୁସ୍ଥତା ଲକ୍ଷଣ ଗତ କିଛି ଦିନ ହେବ ତାଙ୍କଠାରେ ଦେଖିବାକୁ ମିଳୁଥିଲା । ତେବେ ଏବେ ସୋମବାର ସକାଳୁ ସେ କରୋନା ସଂକ୍ରମଣର ଶୀକାର ହୋଇଥିବା ନେଇ ସ୍ପଷ୍ଟତା ଉକ୍ତ ଘରୋଇ ଡାକ୍ତରଖାନା ତରଫରୁ ପ୍ରକାଶ ପାଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ମହମ୍ମଦଙ୍କ ୪ଜଣ ସୁରକ୍ଷାକର୍ମୀ ପଜଟିଭି ଆସି ଡାକ୍ତରଖାନାରେ ଭର୍ତ୍ତି ହୋଇ ସାରିଛନ୍ତି ।