ତେଲେଙ୍ଗାନା ସରକାରଙ୍କ ବଡ ନିଷ୍ପତ୍ତି: କରୋନା ସଂକ୍ରମିତ ମୁସଲମାନ ରୋଗୀଙ୍କୁ ଦିଆଯିବ ବିରିୟାନି

1 min read

ହାଇଦ୍ରାବାଦ: ରମଜାନରେ କରୋନା ସଂକ୍ରମିତ ମୁସଲମାନ ରୋଗୀଙ୍କୁ ଦିଆଯିବ ବିରିୟାନି । ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ଦେବାକୁ ତେଲେଙ୍ଗାନା ସରକାର ଡାକ୍ତରଖାନାଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକାରୀମାନେ କହିଛନ୍ତି ଯେ ଏନେଇ ସରକାର ହାଇଦ୍ରାବାଦର ଗାନ୍ଧୀ ଡାକ୍ତରଖାନାକୁ ନିର୍ଦ୍ଦେଶ ଦେଇଛନ୍ତି । ଗାନ୍ଧୀ ହସ୍ପିଟାଲ ହେଉଛି କୋଭିଡ -19 ରୋଗୀଙ୍କ ପାଇଁ ନୋଡାଲ କେନ୍ଦ୍ର । ମୁସଲିମ ରୋଗୀମାନଙ୍କୁ ସୂର୍ଯ୍ୟୋଦୟ ପୂର୍ବରୁ ଏବଂ ସୂର୍ଯ୍ୟାସ୍ତ ପରେ ପୁଷ୍ଟିକର ଏବଂ ସନ୍ତୁଳିତ ଖାଦ୍ୟ ଯୋଗାଇବାକୁ ଡାକ୍ତରଖାନାକୁ କୁହାଯାଇଛି । ରମଜାନ ସମୟରେ ମୁସଲମାନ ମାନେ ଦିନରେ ପାଣି ପିଅନ୍ତି ନାହିଁ । ଏହା ସେମାନଙ୍କର ପବିତ୍ର ମାସ, ତେଣୁ ରୋଗୀମାନେ ମଧ୍ୟ ଉପବାସ ରଖିବାକୁ ଇଚ୍ଛା କରୁଛନ୍ତି । ତେବେ ରମଜାନ ପାଇଁ ଏକ ଅସ୍ଥାୟୀ ମେନୁ ତିଆରି ହୋଇଛି । ରମଜାନ ମାସରେ ସକାଳ ୩.୩୦ ରେ ରୋଜା ରଖୁଥିବା ରୋଗୀଙ୍କୁ ରୁଟି, ଭାତ, ମସୁର ଡାଲି ଏବଂ ତରକାରି ଦିଆଯିବ । ଖାଲି ସେତିକି ନୁହେଁ ବିକଳ୍ପ ଦିନରେ ଚିକେନ୍ ଏବଂ ମଟନ୍ ଖାଇବାକୁ ଦିଆଯିବ । ରୋଜାକୁ ଭାଙ୍ଗିବା ପାଇଁ ସେମାନଙ୍କୁ ଟମାଟୋ ସସ୍ ଏବଂ ଚିକେନ୍ ଫ୍ରାଏ ସହିତ ଭାତ କିମ୍ବା ବିରିୟାନି ଖାଇବାକୁ ଦିଆଯିବ ।

ମଣିଷ ଶରୀରରେ କରୋନା ପ୍ରତିଷେଧକର ପ୍ରଥମ ପରୀକ୍ଷଣ, ଆସିବ କି ଶୁଭ ଖବର ?

ରୋଗୀମାନଙ୍କୁ ବିକଳ୍ପ ଦିନରେ ଚିକେନ୍ ବିରିୟାନି, ସାଧା ଭାତ, ସାଧା ତରକାରି, ମସୁର ଡାଲି ଏବଂ ଅଣ୍ଡା ଦିଆଯିବ ।  ଜଣେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ଉପବାସରେ ମୁସଲମାନ ରୋଗୀମାନେ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତିରେ ଉନ୍ନତି ଆଣିବା ପାଇଁ ଆବଶ୍ୟକ ପ୍ରୋଟିନ୍ ଏବଂ କାର୍ବୋହାଇଡ୍ରେଟ୍ ଦେବା ଜାରି ରହିଛି, ଯାହା କୋଭିଡ -19 ବିରୋଧରେ ଲଢ଼ିବା ଆବଶ୍ୟକ ।

ଅନ୍ୟ କୋଭିଡ -19 ରୋଗୀଙ୍କୁ ଡାକ୍ତରଖାନା ମଧ୍ୟ ସୁସ୍ଥ ଖାଦ୍ୟ ଯୋଗାଉଛି । ଯେଉଁଥିରେ ଇଡଲି, ରୁଟି ଏବଂ ଜାମ, ଭାତ, ସମ୍ବର ଏବଂ କଦଳୀ ଅନ୍ତର୍ଭୁକ୍ତ ରହିଛି । ଅଣ ଶାକାହାରୀ ରୋଗୀଙ୍କୁ ଦିନକୁ ଥରେ ଅଣ୍ଡା ଏବଂ ଚିକେନ୍ ତରକାରୀ ଦିଆଯାଛି । ସମସ୍ତ ରୋଗୀଙ୍କୁ ବାଦାମ, କାଜୁ ବାଦାମ ଏବଂ ଖଜୁରି ପରି ଶୁଖିଲା ଫଳ ଦିଆଯାଉଛି ।

Leave a Reply