ସ୍କୁଲ୍ ଖୋଲିବା ଯାଏ ଘରୋଇ ଶିକ୍ଷକଙ୍କୁ ପ୍ରତି ମାସ ୨ ହଜାର ଟଙ୍କା ଭତ୍ତା ଓ ୨୫ କେଜି ଚାଉଳ ଦେବେ ସରକାର

1 min read
Telangana Government To Provide Financial Aid And Rice To Private School Teachers

ହାଇଦ୍ରାବାଦ: ମହାମାରୀ କରୋନା ସଂକ୍ରମଣ ପାଇଁ ବନ୍ଦ ରହିଛି ସ୍କୁଲ୍, ହେଉନି ପାଠପଢ଼ା । ଫଳରେ ଅଧିକାଂଶ ଘରୋଇ ସ୍କୁଲରେ ଶିକ୍ଷକତା କରୁଥିବା ଶିକ୍ଷକ ଓ କର୍ମଚାରୀ ଚଳିବା ମୁସ୍କିଲ୍ ହୋଇ ପଡ଼ିଛି । ଏସବୁକୁ ଦେଖି ବଡ଼ ନିଷ୍ପତ୍ତି ନେଇଛନ୍ତି ତେଲଙ୍ଗାନା ସରକାର । ରାଜ୍ୟ ସରକାରଙ୍କ ଦ୍ୱାରା ମାନ୍ୟତା ପ୍ରାପ୍ତ ଘରୋଇ ଶିକ୍ଷା ଅନୁଷ୍ଠାନର ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ମାସିକ ୨ ହଜାର ଟଙ୍କା ସହ ୨୫ କେଜି ଚାଉଳ ମାଗଣା ମଳିବ । ରାଜ୍ୟରେ ଶିକ୍ଷାନୁଷ୍ଠାନ ଖୋଲିବା ଯାଏ ଏହି ସହାୟତା ଯୋଗାଇ ଦେବେ ତେଲଙ୍ଗାନା ସରକାର । ଚଳିତ ମାସରୁ ସହାୟତା ଯୋଗାଇ ଦିଆଯିବ ।

ଏନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି- କରୋନା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ପଡ଼ିଛି । ଏଥିଯୋଗୁଁ ଶିକ୍ଷକଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଛି । ସ୍କୁଲ୍ ଯେ ପର୍ଯ୍ୟନ୍ତ ନ ଖୋଲିଛି, ସେତେବେଳେ ଯାଏ ଶିକ୍ଷକଙ୍କୁ ୨ ହଜାର ଟଙ୍କା ଆର୍ଥିକ ସହାୟତା ଓ ୨୫ କେଜି ଚାଉଳ ପ୍ରତିମାସ ଯୋଗାଇ ଦିଆଯିବ ।

ଏହି ନିଷ୍ପତ୍ତି ମାନବିକତା ଦୃଷ୍ଟିକୋଣରୁ ନିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାଦ୍ୱାରା ରାଜ୍ୟ ମାନ୍ୟତାପ୍ରାପ୍ତ ଘରୋଇ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ୫୦ ଲକ୍ଷ ଶିକ୍ଷକ ଓ କର୍ମଚାରୀ ଉପକୃତ ହେବେ । ସହାୟତା ପାଇବା ଲାଗି ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ନିଜ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ସହ ଅନ୍ୟ ଦସ୍ତାବିଜ୍ ସହ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିବାକୁ ପଡ଼ିବ ।

Leave a Reply